STORYMIRROR

Energetic and Motivated Classes Omm

Others

3  

Energetic and Motivated Classes Omm

Others

ଚାଷୀକୁ ମିଳେନା ଝିଅ

ଚାଷୀକୁ ମିଳେନା ଝିଅ

1 min
164

ଶୀର୍ଷକ -ଚାଷୀକୁ ମିଳେନା ଝିଅ 


    

ଚାଷୀ ମଣିଷର ଆଖିରେ ତ ଲୁହ 

        ବାହାଘର ହେବା ପାଇଁ

ଚାଷ କରେ ବୋଲି ଝିଅ ନ ମିଳଇ  

        ଏମିତି କିମ୍ପା ଗୋସାଇଁ


ଝିଅ କହୁଥାଏ ଲୋଡ଼ା ନାହିଁ ମୋର 

          ଚାଷ କରୁଥିବା ପୁଣି

ହୋଇଥିବ ଯଦି ସରକାରୀ ବାବୁ 

       ନିଶ୍ଚେ ବାହା ହେବି ମୁହିଁ


ଝିଅ ମାଆ କହେ ବେକାରିଆ ବୋଲି 

         ବିଲରେ ନିତି ଖଟୁଛି

ବାପା ତାର କହେ ଏଟା ଅଳସୁଆ 

        ଦେଵି ନାହିଁ ଝିଅ କିଛି


ତାହାରି ଭାଇର ଭାରି ଟାଣ ପଣ 

       କହେ ଗାଉଁଲିଆ ବୋଲି

ଚାଷ ଛଡା ତାକୁ କିଛି ଆସେ ନାହିଁ 

        ମରିବ ସେ ଝୁରି ଝୁରି


କର୍ମ ଭଗବାନ କର୍ମ ହିଁ ଜୀବନ 

          ତୁମେ ପ୍ରଭୁ କହିଅଛ

ଆଜି ଯଦି ମୁହିଁ ଚାଷ କରୁଅଛି 

        ଇଏ କେମିତିକା ପାପ


ସମସ୍ତଙ୍କ ପେଟେ ଆହାର ଦେଉଛି 

       ଭାବେ ମୁହିଁ କରେ ପୁର୍ଣ୍ୟ

ବାହା ନହେଇକି ଅବାଡୁଅ ଥିବ 

       ଆଉ ପୁଣି କେତେ ଦିନ

 

ଜୟ କିଷାନର ନାରା ପଡେ ହୁରି 

         କିଛି ପୁଣି ଲାଭ ନାହିଁ

ମିଛରେ ସଭିଏଁ ସବାସ କହନ୍ତି 

       ଦୁଃଖ କେହି ବୁଝେ ନାହିଁ


ହୃଦୟ ଦୁଃଖକୁ ଛାତିରେ ଚାପିକି 

         ରଖିଥିବି କେତେ ଦିନ

ଆହେ ପ୍ରଭୁ ତୁମେ ଜଗତର ନାଥ 

         କର କିଛି ସମାଧାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍