ମାଆ
ମାଆ
ଯେତେ ଲେଖିଲେବି ମନ ବୁଝେନାହିଁ
ରହିଯାଏ ତାର ଗୁଣ |
ତାର ଆଶୀର୍ବାଦ ସବୁଠାରୁ ବଡ଼
ଅମୃତ ପରି ମହାନ ||
ସରଗଠୁ ବଡ଼ ଦେବତା ସମାନ
ସେହି ଆମ ପ୍ରିୟ ମାଆ |
ତାହାରି ଆଶିଷ ଥିଲେ ସିନା ଏକା
ବିପଦୁ ହୋଇବ ସାହା ||
ସୂର୍ଯ୍ୟର ଆଲୋକ ଦେଖିବା ପାଇଁକି
ଦିଏସେ ସଂସାରେ ଜନ୍ମ |
କ୍ଷୀର ପାନ ଦେଇ ବଢ଼ାଏ ଆମକୁ
ଜଗତେ ସିଏ ମହାନ ||
ତାର ସ୍ନେହ,ପ୍ରେମ ସବୁଠାରୁ ଭଲ
ଲାଗେ ଭାରି ସେତ ମିଠା |
ସଂସାର ଆଲୋକ ଦେଖିବା ଦିନରୁ
ଦିଅସେ ମଧୁର ଶିକ୍ଷା ||
ଆଙ୍ଗୁଳି ଧରିକି ଚାଲିବା ଶିଖାଏ
ଆସୁ ପଛେ ଦୁଃଖ କଷ୍ଟ |
ନିଜେ ଭୁକେ ରହି ଆହାର ଦିଏ ସେ
ଫୁଟାଏ ମୁହଁରେ ହସ |
ମାଆ ଥିଲେ ପାଖେ ଲାଗେ ନାହିଁ ଦୁଃଖ
ଅଭାବ ରୁହେନା କିଛି |
ସବୁଦେଇ ପୁଣି ପଚାରି ବୁଝସେ
କହ କଣ ବାକି ଅଛି ||
