ଚାଷୀକୁ ମିଳେନା ଝିଅ
ଚାଷୀକୁ ମିଳେନା ଝିଅ
ଚାଷୀ ମଣିଷର ଆଖିରେ ତ ଲୁହ
ବାହାଘର ହେବା ପାଇଁ |
ଚାଷ କରେ ବୋଲି ଝିଅ ନ ମିଳଇ
ଏମିତି କିମ୍ପା ଗୋସାଇଁ ||
ଝିଅ କହୁଥାଏ ଲୋଡ଼ା ନାହିଁ ମୋର
ଚାଷ କରୁଥିବା ପୁଅ |
ହୋଇଥିବ ଯଦି ସରକାରୀ ବାବୁ
ନିଶ୍ଚେ ବାହା ହେବି କୁହ ||
ଝିଅ ମାଆ କହେ ବେକାରିଆ ବୋଲି
ବିଲରେ ନିତି ଖଟୁଛି |
ବାପା ତାର କହେ ଏଟା ଅଳସୁଆ
ଦେଵି ନାହିଁ ଝିଅ କିଛି ||
ତାହାରି ଭାଇର ଭାରି ଟାଣ ପଣ
କହେ ଗାଉଁଲିଆ ବୋଲି |
ଚାଷ ଛଡା ତାକୁ କିଛି ଆସେ ନାହିଁ
ମରିବ ସେ ଝୁରି ଝୁରି ||
କର୍ମ ଭଗବାନ କର୍ମ ହିଁ ଜୀବନ
ତୁମେ ପ୍ରଭୁ କହିଅଛ |
ଆଜି ଯଦି ମୁହିଁ ଚାଷ କରୁଅଛି
ଇଏ କେମିତିକା ପାପ ||
ସମସ୍ତଙ୍କ ପେଟେ ଆହାର ଦେଉଛି
ଭାବେ ମୁହିଁ କରେ ପୁର୍ଣ୍ୟ |
ବାହା ନହେଇକି ଅବାଡୁଅ ଥିବ
ଆଉ ପୁଣି କେତେ ଦିନ ||
ଜୟ କିଷାନର ନାରା ପଡେ ହୁରି
କିଛି ପୁଣି ଲାଭ ନାହିଁ |
ମିଛରେ ସଭିଏଁ ସବାସ କହନ୍ତି
ଦୁଃଖ କେହି ବୁଝେ ନାହିଁ ||
ହୃଦୟ ଦୁଃଖକୁ ଛାତିରେ ଚାପିକି
ରଖିଥିବି କେତେ ଦିନ |
ଆହେ ପ୍ରଭୁ ତୁମେ ଜଗତର ନାଥ
କର କିଛି ସମାଧାନ ||

