Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Romance Classics

4  

Gangotri Priyadarshini

Abstract Romance Classics

ପ୍ରେମ ପରିଭାଷା

ପ୍ରେମ ପରିଭାଷା

1 min
219



କାହାର ପରଶେ,

ବିଜୁଳି ଖେଳିଲା ଏ ଗଲା ଦେହେ

କୁହ ତୁମେ କିଏ?

କର ଆନମନା

ତୁମେ କି ସେହି ମୋର ପ୍ରାଣ ମୂର୍ଚ୍ଛନା !


ଝୁରି ମରୁଥିଲି

ତୁମ ଶହସ୍ର ଶବ୍ଦ ବନ୍ଧନ

ନିତି ଗଢୁଥିଲି

ନିତି ଭାଙ୍ଗୁଥିଲି

ତୁମ କଳ୍ପନାରେ ମୋର ଭାଵନା !


ତୁମ ଲେଖନୀରେ

ଝରି ଝରି ଯାଏ ପ୍ରେମ ସୁଧା

ହଜି ଯାଉଥିଲି 

ଖୋଜି ବସୁଥିଲି

ପ୍ରତିଦ୍ବନ୍ଦୀ ନାୟିକା ସେ ଅପୂର୍ବ ଲଳନା !


ହେ ପ୍ରୀୟବର,

ହେବ ନାହିଁ ମୋ ଭାବନାରୁ ଦୂର

ନିରର୍ଥକ ଆଶା

ମାେ ପ୍ରେମ ପରିଭାଷା

ଲୁଚେଇ ରଖିବି ଚିରଦିନ ମୋ ଅନୁସୋଚନା !

 



Rate this content
Log in