STORYMIRROR

Madhabi Patel

Romance

4  

Madhabi Patel

Romance

ପ୍ରିୟତମା।

ପ୍ରିୟତମା।

1 min
187


ପ୍ରିୟତମା ମୋର ଆଜିର ରୂପସୀ

ଟପ୍ସ ଫଟାଜିନ୍ସ ପିନ୍ଧେ।

ଲମ୍ବାାବେଣୀ ଛାଡି ସଟ୍ ବାଳ କାଟି

ଚୁଟିରେ ହେୟାର କ୍ଲିପ୍ ବାନ୍ଧେ।

ଉଚ୍ଚା ହାଏହିଲ୍ ଟପ୍ଟପ୍ ଚାଲି

ଆଖିରେ ଗଗଲ୍ସ ନାଏଁ।

ନାଲି ଲାପିଷ୍ଟିକ୍ ରଙ୍ଗିନ ଓଠରେ

ହାଏ ହେଲୋ ବାଏ କହେ।

ଖୋଲାଖୋଲି ପ୍ରେମ ନାଁ ଲାଜ ସରମ

ମୋବାଇଲ୍ ଚାଟ୍ ହୁଏ।

ଭିଡିଓ କଲରେ ରାତି ପାହିଯାଏ

ଏମିତି ପ୍ରେମିକା ସିଏ।

ବାହାଘର ଆଗୁ ଫରମାସି ତାର

ବନ୍ଦିନୀ କେବେ ନ ହେବ।

ଶାଶୁ ନଣନ୍ଦଙ୍କ ଝାମେଲା ନେବନି

ସ୍ବଚ୍ଛନ୍ଦେ ସିଏ ବଞ୍ଚିବ।

ଘରକାମ ସବୁ ଅଧା ଭାଗହେବ

ସ୍ବାମୀପଣିଆଁ ନ ଥିବ।

ବନ୍ଧୁତା ଭିତରେ ବୁଝାମଣା ସୂତ୍ରେ

ସମ୍ମାନ ଯେବେ ମିଳିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance