ଶୀତ
ଶୀତ
ସନ୍ଦିଗ୍ଧ ବେଶରେ ଆସନାହିଁ ତୁମେ
ପ୍ରିୟା ମୋ ଯାଉଛି ଡରି
ଆଗନ୍ତୁକ ତୁମେ ପ୍ରେମ ଇଲାକାରେ
କାହିଁକି ଆସୁଛି ଥିରି ।
ତୁମେ ତ ଆସିଲେ ଲାଜେଇ ପ୍ରିୟା ମୋ
ବାଟ ମୋର ଚାହିଁଥିବ
ସେହି ସୁଯୋଗରେ ଶୀତ ବୋଲି କହି
ମୋତେ ଟିକେ ଛୁଇଁ ଦେବୁ ।
ଯାଇଛତ ତୁମେ ବରଷେ ହେଲାଣି
ସରସତା ନାହିଁ ଓଠେ
ଆସିବାଟା ପୁଣି ଉଛୁର କାହିଁକି
ତୁମେ ବୁଝୁନାହଁ ସତେ ।
ଆମରି ମିଳନ ବିଛେଦର ପରା
ତୁମେ ଏକା ମୂକ ସାକ୍ଷୀ
ଅଧା ଛୁଆଁ ପରା ମୋ ପ୍ରିୟା ଛୁଇଁଛି
ଆଉ ଅଧା ଅଛି ବାକି ।
-----------------------------------------------

