ଜହ୍ନରାତି
ଜହ୍ନରାତି
ଫୁଲର ମହକ ଭାସିଆସୁଥିଲା
ବସନ୍ତର ଅଗମନରେ,ମୁହଁ ସଞ୍ଜବେଳେ
ପ୍ରିୟାସହ ଦେଖା ହେଲା ବାଣୀ ବିହାରରେ
ଅଳସୀ ଆଖିରେ ତାର ମୃଦୁ ଇସାରା
ବୁଲିଯିବା ପାଇଁ ଖଣ୍ଡଗିରି ଆଡେ !
ପ୍ରିୟାର ସାଥେ ଚାଲିଗଲି ଖଣ୍ଡଗିରି
ସେତେବେଳେ ଆକାଶର ଜହ୍ନ
ତୋଫା ହୋଇସାରିଥାଏ
କାଞ୍ଚନ ଗଛ ମୂଳେ ବସିଗଲୁ ଦେହକୁ
ଦେହ ଲଗେଇ, ଆଉ ମାତିଗଲୁ
ପ୍ରେମ ଆଳାପରେ !
ଗୋରା ମୁହେଁ ତାର ପଡିଯାଉଥିଲା
ନହୁଲି ଚନ୍ଦ୍ରମାର ଜ୍ୟୋତ୍ସ୍ନା
ସତେ ଯେପରି ଲାଗୁଥିଲା
କେଉଁ ଏକ ରାଜକୁମାରୀ ମୋ କୋଳରେ
ଢ଼ଳେଇ ପଡିଛି ସୁଖ ନିଦ୍ରା ପାଇଁ !
ସେଦିନର ସ୍ମୃତି ଆଜିବି ମନ ମଧ୍ୟରେ
ଲହରୀ ମାରି ଚେତେଇ ଦିଏ
ଅତୀତର ଭଲପାଇବାକୁ !