ନୂତନ ବର୍ଷର ଅଭିନନ୍ଦନ
ନୂତନ ବର୍ଷର ଅଭିନନ୍ଦନ
ନବ ପ୍ରଭାତର ନୂତନ ବର୍ଷରେ
ହାର୍ଦ୍ଧିକ ଶୁଭେଚ୍ଛା ଦେଲି |
ଜଗନ୍ନାଥ ପ୍ରଭୁ କୃପା କରୁଥାନ୍ତୁ
ହସ ଖୁସି ଦେଇ ଭରି ||
ରାଗ ଇର୍ଷା ଛାଡି ସ୍ନେହ ମମତାରେ
ଲିପ୍ତ ହେବା ଚିରଦିନ |
ସ୍ନେହ ପ୍ରୀତି ଭରା ଆଶୀର୍ବାଦ ଦେଇ
ଭଲରେ କାଟିବା ଦିନ ||
ସମସ୍ତଙ୍କ ମନ ପ୍ରଫୁଲ୍ଲତ କର
ଆହେ ପ୍ରଭୁ ନୀଳାଚଳ |
ନୂତନ ବର୍ଷଟି ଶୁଭରେ କଟୁ
ଏତିକି ଗୁହାରୀ ମୋର ||
ଚଲାପଥ ସବୁ ପୁଷ୍ପିତ କରାଅ
ମଧୁମୟ ହେଉଥାଉ |
କାହାରି ମନରେ ଦୁଃଖ ଦିଅନାହିଁ
ବାରମାସ କଟି ଯାଉ ||
