ପ୍ରଭୁ ହେ ଇଏକି ବିଚାର
ପ୍ରଭୁ ହେ ଇଏକି ବିଚାର
ଜୟ ଜଗନ୍ନାଥ ହେ ସୃଷ୍ଟି କରତା
ପ୍ରଣାମ କରୁଛି ମୁହିଁ |
ଭୁଲ କରି ଥିଲେ କ୍ଷମା କରିଦେବ
ଲେଖୁଛି ତ ତୁମ ପାଇଁ ||
ଇଏକି ବିଚିତ୍ର ଇଏକି ଅନ୍ୟାୟ
ଜଗତର କାର୍ଯ୍ୟ ପାଇଁ |
ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା
କିଛି ବୁଝି ହେଉନାହିଁ ||
ଦୁଃଖି ଯେ ପାଉଛି ଅଧିକ ତ ଦୁଃଖ
ପାଉନି ଆହାର ମୁଠେ |
କିଏ ଏଠି ପୁଣି ଖାଦ୍ୟକୁ ପକାଏ
କାହାକୁ କିଛି ନରୁଚେ ||
କିଏ ଏଠି ଶୋଏ ଗଦି ପଲଙ୍କରେ
ଏସି କୁଲର ଲଗାଇ |
କାହାକୁ ନମିଳେ ଛିଣ୍ଡା ଯେ ମସିଣା
ଖରାରେ ଦିନ ବିତଇ ||
କିଏ ଯାଏ ଏଠି ଉଡ଼ାଜାହାଜ ରେ
ବିଦେଶର ଯାତ୍ରା ପାଇଁ |
କାହାକୁ ନମିଳେ ଭଙ୍ଗା ସାଇକେଲ
ପାଠ ପଢିଯିବା ପାଇଁ ||
ପ୍ରାୟତଃ ଏଠି ଯିଏ ପୁର୍ଣ୍ୟ କରେ
ସିଏ ପାଏ ବେଶୀ କଷ୍ଟ |
ଅନ୍ୟାୟ ମଣିଷ ଖସି ଯାଉଥାଏ
ତାହାର ଅସରା ସୁଖ ||
ଅନ୍ୟାୟ ଅନିତି ପାପ ଯେ କରୁଛି
ସିଏ ରୁହେ ଏଠି ଭଲ |
ପୂଜାର୍ଚନା କରି ଡାକେଯେ ଭକତ
ସିଏ ହୁଏ କଲବଲ ||
ଏଇକି ବିଚାର ପ୍ରଭୁ ହେ ତୁମର
ପାରୁନିତ ମୁହିଁ ସହି |
ଦୁଃଖି ମୁହେଁ ଦିଅ ଟିକିଏ ତ ହସ
ବିତି ଯାଉ ଖୁସି ହୋଇ ||