ସକାଳ ପ୍ରଣାମ
ସକାଳ ପ୍ରଣାମ
ସକାଳ ପ୍ରଣାମ ଘେନ ପ୍ରଭୁ ମୋର
ଆହେ ନୀଳାଚଳ ବାସୀ |
ସବୁରି ହୃଦୟେ ଖୁସି ଭରି ଦିଅ
ତୁମେ ପ୍ରଭୁ ଚକାଆଖି ||
ଦୁଃଖିର ଦୁଃଖକୁ ହରଣ କରବ
ଆହେ ପ୍ରଭୁ ଜଗନ୍ନାଥ |
ନିରୀହ ଓଠରେ ହସ ଟିକେ ଦିଅ
ଏତିକି ମାଗୁଣି ସେତ ||
ଲୋଡ଼ା ନାହିଁ ମୋର ଧନ ଯୌବନ
ଲୋଡ଼ା ନାହିଁ ହାତୀ ଘୋଡା |
ଏତିକି ବିନତି କରୁଛି ମୁଁ ଅଳି
ଆହେ ପ୍ରଭୁ ଚକାଡୋଳା ||
ତୁମ ଦରଶନେ ହେଉଥିବେ ଖୁସି
ଆଖିକୁ କରି ପବିତ୍ର |
ତୁମ ବିନା ଆଉ ନିଜର କେ ଅଛି
କୁହ ପ୍ରଭୁ ଜଗନ୍ନାଥ ||
ତୁମେହିଁ ତ ପିତା ତୁମେହିଁ ତ ମାତା
ତୁମେହିଁ ତ ସବୁକିଛି |
ତୁମରି ଆଜ୍ଞାରେ ସଂସାର ଚାଲଇ
ହେଉ ଥାଏ ଦିନ ରାତି ||
