ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଶ୍ରଦ୍ଧାର କୁସୁମ
ଜୟ ପ୍ରଭୁ ଦୀନବନ୍ଧୁ ।
ତୁମ ବିନା ଆଉ ନିଜର କେ ଅଛି
କୁହ ପ୍ରଭୁ କୃପାସିନ୍ଧୁ ।।
ଜଗତେ ବିଦ୍ୱାନ ତୁମେ ତ ମହାନ
ଭକ୍ତଙ୍କର ପ୍ରାଣେଶ୍ୱର ।
ଦୁଃଖିଙ୍କର ଦୁଃଖ ସହି ପାର ନାହିଁ
ଆହେ ପ୍ରଭୁ ଚକ୍ରଧର ।।
ଗୀତା ଭାଗବତ ପୁରାଣ କହୁଛି
ତୁମେ ହିଁ ତ ସବୁ କିଛି ।
ତୁମ ବିନା କିବା ସଂସାର ଚଲଇ
ହେଉ ଥାଏ ଦିନ ରାତି ।।
ତୁମରି ଆଜ୍ଞାରେ ସୂର୍ଯ୍ୟ ଚନ୍ଦ୍ର ସବୁ
ହେଉଥାନ୍ତି ଆତ ଯାତ ।
ଖରା ବର୍ଷା ଶୀତ ଋତୁ ପରେ ଋତୁ
ଆସୁଥାଏ ବାର ମାସ ।।
ଭୋକିଲା ପେଟରେ ଦେଇଥାଅ ଦାନା
ଦୁଃଖିଙ୍କୁ କରାଅ ସୁଖି ।
ନିରୀହ ଓଠରେ ଦେଇ ଥାଉ ହସ
ତୁମରି ପରି କେ ଅଛି ।।
