କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-58 : ତୁମେ : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-58 : ତୁମେ : -ଡକ୍ଟର କୃତ୍ତିବାସ ନାୟକ
ତୁମେ ଆଜି ସତେ କିଆଁ ଭାରି ଭଲ ଦିଶୁଛ,
ଫୁଲର ପସରା ନେଇ ମହମହ ଵାସୁଛ | (ଘୋଷା)
ତୁମ ଓଠ ପାଖୁଡ଼ାରୁ ଝରିପଡ଼େ ମୁକୁତା,
ତୁମରି ଭାଷାରେ ଆଜି ଫୁଟେ କେତେ କବିତା |
ମୋ ମନର ଭାଷା ବୁଝି ଚୁପି ଚୁପି ହସୁଛ |
ତୁମେ ଆଜି ସତେ କିଆଁ ଭାରି ଭଲ ଦିଶୁଛ,
ଫୁଲର ପସରା ନେଇ ମହମହ ଵାସୁଛ | (1)
ଅଳସୀ ଆଖିରେ ତୁମ କିଏ ଦେଲା କଜ୍ଜଳ ?
ସୀମନ୍ତେ କୁଙ୍କୁମ ବିନ୍ଦୁ କରେ ମୁଖ ଉଜ୍ଜ୍ୱଳ |
ତୁମେ ଜାଣ ମୁଁ ଜାଣେ ମିଛେ ମିଛେ ଋଷୁଛ |
ତୁମେ ଆଜି ସତେ କିଆଁ ଭାରି ଭଲ ଦିଶୁଛ,
ଫୁଲର ପସରା ନେଇ ମହମହ ଵାସୁଛ | (2)

