Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

4  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-41 : ଆକାଶ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-41 : ଆକାଶ : -ଡକ୍ଟର କୃତ୍ତିବାସ ନାୟକ

1 min
179



ନୀଳ ଆକାଶର ଚନ୍ଦ୍ରମା ତୁମେ ମୁହିଁ ତୁମ ପ୍ରିୟା ନୀଳିମା,

ତୁମେ ମୋ ହୃଦୟ କବିତାର କବି ମୁହିଁ ସଙ୍ଗୀତର ମୂର୍ଚ୍ଛନା |(ଘୋଷା)


ହୀରା ବୋଇତର ତୁମେ ସୌଦାଗର ମୁହିଁ ହୀରା ମୋତି ଗହଣା,

ତୁମେ ପାରିଜାତ ବଗିଚାର ମାଳୀ ମୁହିଁ ସେ ଫୁଲର ବାସନା |

ମୋତେ ଯଦି କୁହ ପ୍ରାଣପକ୍ଷୀ ବୋଲି-

ତୁମେ ମୋ ପ୍ରାଣର ଚେତନା |

ନୀଳ ଆକାଶର ଚନ୍ଦ୍ରମା ତୁମେ ମୁହିଁ ତୁମ ପ୍ରିୟା ନୀଳିମା,

ତୁମେ ମୋ ହୃଦୟ କବିତାର କବି ମୁହିଁ ସଙ୍ଗୀତର ମୂର୍ଚ୍ଛନା | (1)


ତୁମେ ତ ଫଗୁଣ ମଧୁର ମଳୟ ମୁହିଁ ଚଇତାଳି ପବନ,

ତୁମେ ସକାଳର ସୁନେଲୀ ସୁରୁଯ ମୂହିଁ ତା'ର ମିଠା କିରଣ |

ତୁମେ ମୋର ପ୍ରିୟ ମୁଁ ତୁମର ପ୍ରିୟା-

ତୁମେ ଦେବତା ମୁଁ ଅର୍ଚ୍ଚନା |

ନୀଳ ଆକାଶର ଚନ୍ଦ୍ରମା ତୁମେ ମୁହିଁ ତୁମ ପ୍ରିୟା ନୀଳିମା,

ତୁମେ ମୋ ହୃଦୟ କବିତାର କବି ମୁହିଁ ସଙ୍ଗୀତର ମୂର୍ଚ୍ଛନା | (2)



Rate this content
Log in

Similar oriya poem from Romance