STORYMIRROR

Amit Bal

Abstract Romance Classics

4  

Amit Bal

Abstract Romance Classics

(୧୩) ସନ୍ଧ୍ୟାତାରା

(୧୩) ସନ୍ଧ୍ୟାତାରା

1 min
187

ମାଟିରୁ ଉଠେଇ ନେଇ

             ଛୁଆଁଇ ଦେଲ ଆକାଶ,

ମୋ ପାଇଁ ପବନ ପ୍ରତ୍ୟୟ ପ୍ରତିଶ୍ରୁତି

    ସେତିକିରେ କ'ଣ ହୋଇଗଲା ଶେଷ....!


ଉଲ୍ଲସିତ ହୋଇ କିଛିକ୍ଷଣ

      ଲୀନ ହୋଇଗଲି ଘନ ଅନ୍ଧକାରେ,

ନିଜକୁ ନିୟତି ଠାରେ ସମର୍ପି ଦେଲି

   ତମ ପାଇଁ ନିଃସର୍ତ୍ତ ନିଃସ୍ଵାର୍ଥପର ପଣରେ ।


ତମେ କିନ୍ତୁ କ'ଣ କଲ ମୋ ସହ !

            ଛାଡି ଦେଲ ହାତ ମୋର ,

ଜିଇଁବାର ଠିକଣା ମିଳିବା ଆଗରୁ

    ସମୟର ଦିଶାହୀନ ବିଜନ ବେଳାରେ ;

ନିଃସଙ୍ଗ ଭିଜିବାକୁ ଅୟୁତ ଯୁଗଯାଏ

    ଲୁହ ଆଉ ଲହୁର ଅସୀମିତ ଧାରାରେ ।


ଆଜି ଭୂଶାୟିତ ମୋ ଆଶାର ସଉଧ

       ଅମାୟିତ ଅନ୍ଧାରେ ନିମିଷେ ନିଶ୍ଚିହ୍ନ,

ସ୍ବପ୍ନସବୁ ଉପେକ୍ଷିତ ବିପର୍ଯ୍ୟସ୍ତ ପରାଜିତ

      ମନ ମୋର ଜର୍ଜରିତ କ୍ଳାନ୍ତ ଅବସନ୍ନ ।


ଲାଗେ ସବୁ ନିବିଡପଣ ମୋ ପାଇଁ କୁହୁଡି ପରି

ଉପସ୍ଥିତି, କେବଳ ଆସନ୍ନ ସଂଜର ମଉଳା ମୁହଁରେ;

ନିଜ ଅସ୍ତିତ୍ଵ ସାବ୍ୟସ୍ତ କରିବାକୁ

ନାହିଁଁ ମହାର୍ଘ୍ଯ ମୂହୁର୍ତ୍ତ ର ରୂପରେଖା,

ସତେ ଅବା ମୋ କପାଳରେ କରାଳ କୋଠରୀରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract