ଥୁଣ୍ଟା ଗଛ
ଥୁଣ୍ଟା ଗଛ
ଥୁଣ୍ଟାଗଛ ମୁହିଁ ଦେହକୁ ଜାଳିଛି ମନକୁ ଦେଇଛି ମାରି,
ଯାହାପାଇଁ ଆଜି ଏତେକଥା ହେଲା ସିଏ ଆସୁନାହିଁ ଫେରି | (ଘୋଷା)
ନିଗାଡ଼ି ଦେଇଛି ମରମରୁ ମୋର ସକଳ ମମତା ପ୍ରୀତି,
ଅଜାଡ଼ି ଦେଇଛି ଶରଧାର ରେଣୁ ଶୀତଳ ଛାତିର ତାତି |
ନିସ୍ଵ ମୁଁ ଆଜି ଚଉଦିଗେ ମୋର ଅନ୍ଧାର ରହିଛି ଘେରି |
ଥୁଣ୍ଟାଗଛ ମୁହିଁ ଦେହକୁ ଜାଳିଛି ମନକୁ ଦେଇଛି ମାରି |(1)
ଥକିଲା ପାଦରେ ଆଉ କେତେଦିନ ଖୋଜି ବୁଲୁଥିବି କୁହ,
ହଜିଲା ଦିନର ସ୍ମୃତିକୁ ସାଉଣ୍ଟି ପିଉଛି ଆଖିର ଲୁହ |
ଦହନ ଦାଉକୁ ସମ୍ଭାଳି ନେଇ ମୁଁ ଦେହକୁ ଦେଇଛି ଜାରି |
ଥୁଣ୍ଟାଗଛ ମୁହିଁ ଦେହକୁ ଜାଳିଛି ମନକୁ ଦେଇଛି ମାରି | (2)

