STORYMIRROR

KRUTIBAS NAYAK

Romance

4  

KRUTIBAS NAYAK

Romance

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
253


ଥୁଣ୍ଟାଗଛ ମୁହିଁ ଦେହକୁ ଜାଳିଛି ମନକୁ ଦେଇଛି ମାରି,

ଯାହାପାଇଁ ଆଜି ଏତେକଥା ହେଲା ସିଏ ଆସୁନାହିଁ ଫେରି | (ଘୋଷା)


ନିଗାଡ଼ି ଦେଇଛି ମରମରୁ ମୋର ସକଳ ମମତା ପ୍ରୀତି,

ଅଜାଡ଼ି ଦେଇଛି ଶରଧାର ରେଣୁ ଶୀତଳ ଛାତିର ତାତି |

ନିସ୍ଵ ମୁଁ ଆଜି ଚଉଦିଗେ ମୋର ଅନ୍ଧାର ରହିଛି ଘେରି |

ଥୁଣ୍ଟାଗଛ ମୁହିଁ ଦେହକୁ ଜାଳିଛି ମନକୁ ଦେଇଛି ମାରି |(1)


ଥକିଲା ପାଦରେ ଆଉ କେତେଦିନ ଖୋଜି ବୁଲୁଥିବି କୁହ,

ହଜିଲା ଦିନର ସ୍ମୃତିକୁ ସାଉଣ୍ଟି ପିଉଛି ଆଖିର ଲୁହ |

ଦହନ ଦାଉକୁ ସମ୍ଭାଳି ନେଇ ମୁଁ ଦେହକୁ ଦେଇଛି ଜାରି |

ଥୁଣ୍ଟାଗଛ ମୁହିଁ ଦେହକୁ ଜାଳିଛି ମନକୁ ଦେଇଛି ମାରି | (2)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance