Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

4  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) କବିତା-49 : ତୁମେ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) କବିତା-49 : ତୁମେ : -ଡକ୍ଟର କୃତ୍ତିବାସ ନାୟକ

1 min
228



ତୁମେ ମୋ ଆଖିର ଜ୍ୟୋତି ସ୍ଵରୂପା କୁମାର ପୂର୍ଣ୍ଣିମା ରାତ୍ରୀ,

ସକଳ କଳାର ପୃଷ୍ଠ ଭାଗରେ ସଫଳ ପ୍ରେରଣା ଦାତ୍ରୀ | (ଘୋଷା)


ହଂସ ମିଥୁନ ପରି ଉଡ଼ିଯିବା ଦୂର ଦିଗବଳୟକୁ ଚାହିଁ,

ଚକୋର ଚକୋରୀ ପରି ଚାହିଁଥିବା ଆଷାଢି ବର୍ଷା ପାଇଁ |

ଦୁନିଆ ଜାଣିଛି ମୁଁ ତୁମର ପ୍ରେମ ପ୍ରଣୟ ପଥର ଯାତ୍ରୀ |

ତୁମେ ମୋ ଆଖିର ଜ୍ୟୋତି ସ୍ଵରୂପା କୁମାର ପୂର୍ଣ୍ଣିମା ରାତ୍ରୀ,

ସକଳ କଳାର ପୃଷ୍ଠ ଭାଗରେ ସଫଳ ପ୍ରେରଣା ଦାତ୍ରୀ | (1)


ଜଳିଯିବା ଆମେ କାମନା ନିଆଁରେ ବୁଡ଼ି ପ୍ରୀତି ପାରାବାରେ,

ସୂର୍ଯ୍ୟଶିଖାକୁ ଚନ୍ଦ୍ର ଜ୍ୟୋତ୍ସ୍ନାକୁ ଆମ ପ୍ରେମ ଜିତିପାରେ |

ମୁହିଁ ସାଜିଥିବା କାମଦେବ ପୁତ୍ର ତୁମେ ରତିଦେବୀ ପୁତ୍ରୀ |

ତୁମେ ମୋ ଆଖିର ଜ୍ୟୋତି ସ୍ଵରୂପା କୁମାର ପୂର୍ଣ୍ଣିମା ରାତ୍ରୀ,

ସକଳ କଳାର ପୃଷ୍ଠ ଭାଗରେ ସଫଳ ପ୍ରେରଣା ଦାତ୍ରୀ | (2)


 



Rate this content
Log in

Similar oriya poem from Romance