Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

4  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-40 : ତୁମେ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-40 : ତୁମେ : -ଡକ୍ଟର କୃତ୍ତିବାସ ନାୟକ

1 min
214



ତୁମେ ଆସିଥିଲ ମୋ ଜୀବନ ପଥେ ଫଗୁଣକୁ ସାଥେ ନେଇ,

ଚାଲିଗଲ ପୁଣି ଶ୍ରାବଣ ସାଥିରେ ମୋ ଆଖିରେ ଲୁହଦେଇ |(ଘୋଷା)


ଅମା ଅନ୍ଧକାରେ ଢାଳିଥିଲ ତୁମେ ଜ୍ୟୋଚ୍ଛନାର ମଧୁଝର,

ସେଇ ଜ୍ୟୋଚ୍ଛନାର ଶୀତଳ ପରଶ କାଟିଲା ହୃଦୟେ ଗାର |

ସରାଗ ସାଜିଲା ଅନୁରାଗ ପୁଣି ସରଗ ମଥାନ ଛୁଇଁ |

ତୁମେ ଆସିଥିଲ ମୋ ଜୀବନ ପଥେ ଫଗୁଣକୁ ସାଥେ ନେଇ,

ଚାଲିଗଲ ପୁଣି ଶ୍ରାବଣ ସାଥିରେ ମୋ ଆଖିରେ ଲୁହଦେଇ | (1)


ପ୍ରଣୟ ବିଭୋର ମିଳନ ଆତୁର ଆମ ଦୁହିଁଙ୍କର ମନ,

ସପନ ଦେଖିଲା ଆକାଶେ ଉଡ଼ିଲା ଖୋଜିଲା ପୂନେଇଁ ଜହ୍ନ |

ମୋତେ ଲାଗେ ଭଙ୍ଗା ଆକାଶ ବୁକୁରେ ଜଳୁଛି ପ୍ରେମର ଜୁଇ |

ତୁମେ ଆସିଥିଲ ମୋ ଜୀବନ ପଥେ ଫଗୁଣକୁ ସାଥେ ନେଇ,

ଚାଲିଗଲ ପୁଣି ଶ୍ରାବଣ ସାଥିରେ ମୋ ଆଖିରେ ଲୁହଦେଇ | (2)



Rate this content
Log in

Similar oriya poem from Romance