Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Romance

3  

Gunanidhi Samal

Romance

ରାତି ଓ ଅନ୍ୟମାନେ

ରାତି ଓ ଅନ୍ୟମାନେ

1 min
18


ରାତିକୁ ଯେବେ ମୁଁ ସପନ ମାଗିଲି

ହେବାପାଇଁ ତୋର ସାଥୀ

ଆଖିରେ ଭରିଲା ଏମିତି ସପନ

ଥରି ଯାଉଥିଲା ଛାତି ।

ଜହ୍ନକୁ ମାଗିଲି ଆଞ୍ଜୁଳାଏ ଜ୍ୟୋତ୍ସ୍ନା

ତୋ'ସାଥେ ଭିଜିବା ପାଇଁ

କାହିଁକି କେଜାଣି ମୁହଁ ଲୁଚାଇଲା

ବଉଦ ଉହାଡ଼େ ଯାଇ ।

ଫଗୁଣ କୁ' ଯାଇ ଅବିର ମାଗିଲି

ତୋ'ସାଥେ ଖେଳିବି ବୋଲି

ଦେବିଦେବି କହି କିଛି ଦେଲାନାହିଁ

ଚାଲିଗଲା ପଛେ ହୋଲି ।

ସାଗର କୁ' ଦିନେ ଶାମୁକା ମାଗିଲି

ଗଢିବାକୁ ମୋତି ମାଳ 

ଚାହିଁ ମୁଁ'ବସିଛି ଢେଉପରେ ଢେଉ

ଛୁଇଁ ଛୁଇଁ ଗଲେ କୂଳ ।



Rate this content
Log in

Similar oriya poem from Romance