Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Comedy

4  

Aparti Charan Sethi

Comedy

ରାମ ଭାଇଙ୍କର ସପନ ଦେଖା

ରାମ ଭାଇଙ୍କର ସପନ ଦେଖା

2 mins
319



ରାମ ଭାଇ ଆମ ସ୍ଵପ୍ନ ଦେଖିଥିଲେ

    କାଲି ରାତି ବାରଟାରେ,

ମେସେଜ ଆସିଛି ଖୁସି ଖବରଟା

    ତାଙ୍କ ସ୍ମାର୍ଟ ଫୋନ୍‌ଟିରେ।


ଟଙ୍କା ଯେ ପଚାଶ ଲକ୍ଷ ଦେଇଛନ୍ତି

    ଆମ ପ୍ରିୟ ସରକାର,

ବ୍ୟାଙ୍କ ଏକାଉଣ୍ଟ୍ ଟଙ୍କାରେ ତାଙ୍କର

    ହୋଇଗଲା ଭରପୁର।


ଆନନ୍ଦରେ ଗୋଡ଼ ଦୁଇଟା ତାଙ୍କର 

    ଆଉ ତଳେ ଲାଗୁନାହିଁ,

ଯାହାକୁ ଦେଖିଲେ ତାକୁ ଜଣେଇଲେ

     ଖୁସିରେ ଛାତି ଫୁଲେଇ।


ଯାହାକୁ କହିଲେ ପଚାଶ ଲକ୍ଷ ଯେ

     ଟଙ୍କା ମୋତେ ମିଳିଅଛି,

ସେ କିନ୍ତୁ କହିଲା ମୋ' ରାଣ ଭାଇ

     ମୋତେ ବି ତ ମିଳିଅଛି।


ଦୋକାନକୁଯାଇ ଦେଖନ୍ତି ମୋ ଭାଇ

     ଦୋକାନ ବନ୍ଦ୍ ରହିଛି,

ଆଉକାହିଁକି ସେ ଦୋକାନ ଖୋଲିବେ

     ତାଙ୍କୁ ବି ଟଙ୍କା ମିଳିଛି।


ଭାବିଦେଲେ ପୁଣି ହୋଟେଲକୁ ଯାଇ

     ମନ ଭରି ଖାଇନେବେ,

ଦେଖିଲେ ହୋଟେଲ ବନ୍ଦ୍ ରହିଅଛି‌

     ସିଏ ବୋଧେ ପାଇଥିବେ ।


ସେଠାରୁ ଚାଲିଲେ ସପିଙ୍ଗ୍‌ ମହଲ

     ଦେଖିଲେ ବ‌ଅନ୍ଦ ଅଛି,

ପଚାଶ ଲକ୍ଷ ଯେ ତାଙ୍କୁ ମିଳିଅଛି

    ଶୁଣିବାକୁ ମିଳୁଅଛି।


ଠେଲାବାଲା ହେଉ ପରିବାବାଲା କି

    ଚା' ବାଲା ଚାଟ୍ ବାଲା,

କାମ ଛାଡି ସର୍ବେ ବ୍ୟାଙ୍କ ଯାଉଛନ୍ତି

    ଲାଗୁଅଛି ହୋ ହାଲ୍ଲା।


ବିଲରୁ ପରିବା ଆଉ ଆସୁନାହିଁ

    ରାସନ ଦୋକାନ ବନ୍ଦ,

ଚିକିତ୍ସା ଅଭାବ ପୁଣି ଦେଖାଦେଲା

    ବ୍ଯାପିଗଲା ନାନା ରୋଗ।


ଡାକ୍ତର ଛୁଟିରେ ପଶୁ ଭୋକେ‌ ମଲେ

     ଗାଈ କ୍ଷୀର ଦେଲେ ନାହିଁ,

ଲୋକମାନେ ବିଡାବିଡା ଟଙ୍କା ଧରି

     ରାସ୍ତାରେ ଯାଆନ୍ତି ଧାଇଁ।


ଟଙ୍କା ହଜାରେ ତୁ ନେ ଭାଇ ମୋତେ

     କ୍ଷୀର ତ ଲିଟରେ ଦେ,

ଚାରିଦିନ ହେଲା କିଛି ଖାଇନାହୁଁ

     ପେଟ ହୁଏ କେଁ କେଁ।


ଗୋଦାମ ବଜାର ସବୁତ ବ‌ଅନ୍ଦ

    ସବୁଆଡେ ଷ୍ଟକ୍ ଶେଷ,

ମଣିଷ ଏଥର ଅପେକ୍ଷା କରିଛି

    ଛାଡ଼ିବ ଶେଷ ନିଃଶ୍ୱାସ।


କିଛି ଲୋକ ଟଙ୍କା ବ୍ୟାଗ୍ ଧରି ଧରି

    ବଜାର ସାରା ବୁଲନ୍ତି,

କିଲେ ଚାଉଳକୁ ଲକ୍ଷେ ଟଙ୍କା ଦେବା

    ପାଇଁ ନେହୁରା ହୁଅନ୍ତି।


ଶେଷରେ ପଚାଶ ଲକ୍ଷ ଟଙ୍କା ନେଇ

    ମାଗନ୍ତି ଦି'ପଟ ରୁଟି,

ଏହି ସମୟରେ ନିଦ ଭାଙ୍ଗିଗଲା

    ଶୁଭିଲା ମାଆର ପାଟି।


ମୋବାଇଲ ରାତିସାରା ଚଲେଇଲୁ

    ଏ ଯାଏ ନିଦ ଭାଙ୍ଗୁନି,

ଡାକିଡାକି ତଣ୍ଟି ଫାଟିଲାଣି ଦିନ

    ନ‌ଅଟା ଆସି ହେଲାଣି।


ମରିଗଲି ମରିଗଲି କାହିଁ ତୁହି

    ହେଉଛୁ ବିଳିବିଳେଇ,

ଖରାପ ସପନ କିଛି ଦେଖିଲୁକି

    କହିବୁ କି ଧନ ତୁହି ।


ସେତେବେଳେ କିନ୍ତୁ ଭାବୁଥିଲେ ଭାଇ

    ଗରୀବ ଅବସ୍ଥା ଭଲ,

ଖଟିଖାଟି ଦି'ଟା ପେଟରେ ଦେଉଛି

    ମିଳୁଛି ତ ଲୁଣ ତେଲ।


ଦେଖିଲି ପଡିଆ ମଧ୍ୟେ ଚରୁଛନ୍ତି

    ଗାଈ ଛେଳି ମେଣ୍ଢା ଯେତେ,

କାମ କରିବାକୁ ଲୋକେ ଚାଲିଛନ୍ତି

    ଯେଉଁ କାର୍ଯ୍ୟେ‌ ଯେଝାମତେ।


ଭଗବାନ କରୁ ଏ ପଚାଶ ଲକ୍ଷ

    କାହା ଖାତାକୁ ନ ଆସୁ,

ନହେଲେ କୁଢିଆ‌ ଅଳସୁଆ ‌ହେବେ

    ଲୋକେ କିନ୍ତୁ ବସୁବସୁ।


କାମ କରିବାକୁ ଆଉ ପଡ଼ିବନି

    ସମସ୍ତେ ଧନୀ ହୋଇବେ,

କରମ କରିବା ପାଇଁ କିଏ କାହିଁ

    ଆଉ କେଉଁଠିକୁ ଯିବେ ।


ସହଜେ ତ ଆଉ ଚାଷକାମ ପାଇଁ

    ମୂଲିଆ ମିଳୁନାହା଼ଁନ୍ତି,

ଟଙ୍କାକିଆ ଯେଣୁ ରାସନ ଚାଉଳ

    ମାୟାରେ ବାୟା ହୁଅନ୍ତି। 


ରାମ ଭାଇଙ୍କ ଏ ସପନ ଦେଖାକୁ

    କବିତାର ରୂପ ଦେଲି,

ସରକାରଙ୍କର ଯୋଜନା ଗୁଡ଼ିକୁ

    ମନେ ମନେ ଭାବୁଥିଲି।


ଡାଲିତେଲ,ଗ୍ୟାସପେଟ୍ରୋଲ ବଢେଇ

    ଟଙ୍କାରେ ଚାଉଳ ଦେଇ,

ଗରିବୀ ହଟାଉ କହୁଥାନ୍ତି କାହିଁ

    କିଛି ବୁଝିହେଉ ନାହିଁ।


କାର୍ଯ୍ୟ ପନ୍ଥା ନାହିଁ ହାତପାହାନ୍ତାରେ‌

    ଯୋଜନା ଯେ ମାଳମାଳ,

କାଳିଆକୁ ଏଠି ବଳିଆ ଖାଉଛି 

    ପେଲି ହେଉଛି ଦୁର୍ବଳ।


ଧନ୍ୟ ସରକାର ଯୋଜନା ତୁମର

    ଧନ୍ୟ ତୁମ କାରବାର,

ମୁରୂଖ ଅପର୍ତ୍ତି ନିତି ହୁଏ ଘାଣ୍ଟି

    ପାଉନାହିଁ ଟେରଟୁର।


Rate this content
Log in

Similar oriya poem from Comedy