Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Tragedy

3  

Aparti Charan Sethi

Tragedy

ଦାନ

ଦାନ

2 mins
5



ଦାନ ଦେଇ ପୁଣ୍ୟ ଅରଜ ସୁଜନେ

   କଳିଯୁଗେ ଦାନ ସାର‌,

ବିନା ଦାନେ ଏହି ମଣିଷ ଜୀବନ

   ଏ ଭବେ ଅଟେ ଅସାର‌।


ଅକମ୍ପ ସମ୍ପତ୍ତି ଥାଇବି ତ ଏଠି

    ଖାଲି ଫେରିବାକୁ ହୁଏ,

ଧନ ମୋହେ ପଡି ହୋଇ ଜଗୁଆଳୀ

    ଅମର ରହେ ବା କିଏ ?


ଯଦି ଥିବୁ ଦେଇ ଖୋଲି ହାତ ଦୁଇ

    ଆଗକୁ ଧରମ‌ ହୋଇ,

ଟେକିଦେବେ ଚାରିହାତେ‌ ଜଗନ୍ନାଥେ

    ଜାଣିଥାରେ ଭାଇ ତୁହି।


ଲୋଡ଼ା ନାହିଁ ଜପ ତପ ଆଚରଣ

    ଦାନ ହିଁ ସାଧନା ପଥ,

ଦାନରେ ସନ୍ତୁଷ୍ଟ ପ୍ରଭୁ ଜଗନ୍ନାଥ

    ଦାନ ହିଁ ଜୀବନ ତତ୍ତ୍ଵ।


ଯଜ୍ଞ ସମ୍ପାଦନ ମଙ୍ଗଳ କାରଣ

    ଦାନ ମାତ୍ର ଉପାସନ‌,

ହେଉ ଗୋ ଦାନ କିମ୍ବା ସେ ସୁବର୍ଣ୍ଣ

    ଯଜ୍ଞ ଶ୍ରେଷ୍ଠ ଅନ୍ନଦାନ‌।


କର ଜଳ ଦାନ କର କନ୍ୟାଦାନ

    କର ଅବା ଭୂମିଦାନ‌,

ମନ୍ଦିର ଦୁଆରେ ନର ନାରାୟଣେ

    ଦିଅ ହେ ଭୋଜନ ଦାନ।


ଦେଇ ରକ୍ତ ଦାନ ବଞ୍ଚାଅ ହେ ପ୍ରାଣ

    ଅତି ପୁଣ୍ୟ ଅଙ୍ଗ ଦାନ,

ଅକୁଣ୍ଠ ଚିତ୍ତରେ ଦାନ ଦେଲେ ଭାଇ

    ପ୍ରୀତ ହେବେ ଭଗବାନ।


ଦୁସ୍ଥ ଜନେ ଅର୍ଥଦାନ ନିବେଶିଲେ

    ଲକ୍ଷ୍ମୀ କୃପା ଲାଭ ହୁଏ,

ଅସହାୟେ ପ୍ରେମଦାନ କଲେ ଭାଇ

    କୋଟି ପୁଣ୍ୟ ମିଳିଥାଏ।


ଶ୍ରମ ଦାନ ଦେଇ ପୀଡ଼ିତଙ୍କ ପାଇଁ

    ହୁଅ ଜଗତେ ମହାନ,

ମଧୁର ବଚନ ସ୍ନେହ ପ୍ରେମ ଦାନେ

    କର ପତିତ‌ ତାରଣ‌।


ସବୁଦାନ‌ ଠାରୁ ଶ୍ରେଷ୍ଠ ଦାନ ବିଦ୍ୟା

    ପ୍ରଦାନେ ହୁଅ ହେ ଶ୍ରେଷ୍ଠ,

ନିସ୍ଵାର୍ଥ ଦାନରେ ବ‌ଇକୁଣ୍ଠ‌ ପ୍ରାପ୍ତ

    କେବେ ନ ହୁଅ କୁଣ୍ଠିତ।


ପଡ଼ିଲେ ଦୁର୍ଦ୍ଦଶା ଜ୍ୟୋତିଷଙ୍କ ଭାଷା

    ବ୍ରାହ୍ମଣଙ୍କୁ ଦିଅ ଦାନ,

କିମ୍ବା ସର୍ବଖିଆ କଳାଷଣ୍ଢ ମେଣ୍ଢା-

    ମାନଙ୍କୁ ଦିଅ ଭୋଜନ।


ଦାନ ବଳେ‌ ଦଶା ଖଣ୍ଡନ‌ ହୋଇବ

    ଶ୍ରୀମୁଖ ବଚନ ଏହି, 

ଦେବା ପାଇଁ ଯଦି କିଛି ବସ୍ତୁ ଥାଏ

    ଦାନ ଗୀତାସାର‌ ତହିଁ। 


ଦାନର‌ ଦକ୍ଷିଣା ମିଠା ବ୍ୟବହାର

    କେବେ ଭାଇ ଭୁଲିବନି‌, 

ଦାନ ବେଳେ କଲେ ଅତିଥି ସତ୍କାର

    ପ୍ରାପ୍ତ ସଦା ବେଣୁପାଣି‌।


କହୁଛି ପୁରାଣ‌ ମହାଦାନୀ‌ କର୍ଣ୍ଣ,

    ଦାନବୀର ହରିଶ୍ଚନ୍ଦ୍ର,

ଦାନୀ ବଳିରାଜା ପ୍ରଭୁ ରାମଚନ୍ଦ୍ର 

    ଦାନର‌ ଉଦାହରଣ।


ଦେଶ ପାଇଁ ଦାନ ଦେଇ ନିଜ ପ୍ରାଣ

    ସହୀଦ ହେଲେ ଯବାନ,

ସମାଜ ସୁଧାରେ‌ ବାର୍ତ୍ତା ଦାନେ କବି

    ହୁଏ ଜଗତରେ‌ ଧନ୍ୟ।


ଜଳ ଦାନ ଦେଇ ନ‌ଈ ଯାଏ ବହି

    କ୍ଷୀର ଦାନ ପାଇଁ ଗାଈ,

ଫଳ ଦାନ ଦେଇ ବୃକ୍ଷ ହସୁଥାଇ‌

    ସମାଜକୁ‌ ଶିକ୍ଷା ଦେଇ।


ସେଭଳି ମଣିଷ ଜୀବନଟି ଧନ୍ୟ

   ହେବ ମାତ୍ର ଦାନ ଅର୍ଥେ,

ଦାନୀଟିଏ ସଦା ଅମର ରହିବ

   ଯୁଗେ ଯୁଗେ ଏହି ମର୍ତ୍ତ୍ଯେ‌।


ଦାନ ଧ୍ୟାନ ଅଟେ ଦାନ ପୁଣ୍ୟ ଅଟେ

   ଦାନେ ବୈକୁଣ୍ଠେ ଆସନ,

ଧନ ଯଦି ନାହିଁ ଶ୍ରମ ଦାନ ଦେଇ

    ହୁଅ ସଂସାରେ ମହାନ‌।


Rate this content
Log in

Similar oriya poem from Tragedy