ମୋ ପ୍ରିୟ ଭଉଣୀ ତତେ କହିନି ମୁଁ କିଛି କଥା
ମୋ ପ୍ରିୟ ଭଉଣୀ ତତେ କହିନି ମୁଁ କିଛି କଥା
କେମିତି ଭାବିଲୁ ତୁ ଏତେ ଜଲଦି
ଆମ ପାଖରୁ ଦୂରେଇଯିବାକୁ
କେମିତି ଭାବିଦେଲୁ ତୁ ଏତେ ସହଜରେ
ଭାଙ୍ଗିଦେଇଯିବୁ ସବୁ ସ୍ୱପ୍ନକୁ।
ବଡ଼ ଭଉଣୀ ବୋଲି ସବୁ କଷ୍ଟ ସହିଛୁ
କେତେ ଅଳିଅର୍ଦ୍ଦଳିକୁ ପୁରା କରିଛୁ
ମା ସାଜି ତୁ ଆମର ସାରା ଜୀବନ
ମା ପରି କେତେ ସ୍ନେହ ଦେଇଛୁ ।
ହାତ ଧରି ବାଟ ଚାଲିବା ଶିଖେଇଛୁ
ଓଠ ଖୋଲି ହସିବା ଶିଖେଇଛୁ
ଭୁଲ୍ ଆଉ ଠିକର ହିସାବ ଦେଖେଇଛୁ
ଜୀବନକୁ ଜୀଇଁବାର କଳା ଶିଖେଇଛୁ।
ଜୀବନରେ ଯେତେଥର ଭାଙ୍ଗି ପଡିଛୁ
ତୁ ହିଁ ତ ଦେଇଥିଲୁ ସାହସ ଆମକୁ
ହେଲେ ଏମିତି କେମିତି ତୁ ଭାବିପରିଲୁ
ଛାଡି ଚାଲିଯିବାକୁ ଆମକୁ।
ଆଜି ବି ମନେପଡେ ସେ ପିଲାଦିନର
ସେଇ ଗୋଟି ଗୋଟି କରି କଥା ସବୁ
ଏମିତି କେମିତି ତୁ ଭାବିପାରିଲୁ
ଆମେ ଏତେ ଜଲଦି ମନରୁ ପାସୋରି ଦେବୁ।