STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ମୁଁ ଭାଜ୍ୟ

ମୁଁ ଭାଜ୍ୟ

1 min
188


ମୁଁ ଭାଜ୍ୟ

ତୁମେ ହିଁ ପ୍ରଭୁ

ମୋ ଭାଜକ

ତୁମେ ପାପ ତାପ ହରି

କର୍ମଫଳ ପରି ପକାଅ

ପ୍ରଭୁ ମୋ ଭାଗଫଳ

ଭାଗଫଳ ଅଟେ ଭାଗ୍ୟଫଳ ।


କେତେ ଯୁଗ୍ମ, ଅଯୁଗ୍ମ

ସଂଖ୍ୟା ସମୂହ ଅଟନ୍ତି

ମୋ ଜୀବନର ସମସ୍ୟା ସଦୃଶ

କେତେ କେତେ ଯୌଗିକ, ମୌଳିକ

ସଂଖ୍ୟା ସମୂହ ଅଟନ୍ତି

ଜୀବନ ଯନ୍ତ୍ରଣା ର ଏକ ଏକ ଅଂଶ

ସବୁକୁ ହରି ହରି

ଭାଗଫଳ ଛିଡି ଛିଡି

ଭାଗ୍ୟଫଳ ସଦୃଶ

ସବୁ ଶୂନ୍ୟ କର ହେ ତୁମେ

ମହା ଈଶ

ଶୂନ୍ୟ ହୁଏ ଜୀବନ ଜଞ୍ଜାଳ ଗୀତ

ଶେଷ ହୁଏ ଜୀବନ ଆୟୁଷ

ଭାଳେ ମୁଁ ଭାଜ୍ୟ

ତୁମ ଦ୍ଵାରା ରଚିତ

ମୋ ଜୀବନ ନାଟକର

ବୋଧହୁଏ ଏହା ହିଁ

ମୋ ଜୀବନ ଭାଗଶେଷ ।


କେତେ ଯୋଗ ବିୟୋଗ

ରଚୁଛ ପ୍ରଭୁ ହେ ମହାଭାଗ

ସବୁ ଯୋଗ ବିୟୋଗ ରେ

ମୁଁ ଭାଜ୍ୟ ତୁମେ ଭାଜକ

ମୁଁ ନଉକା ତୁମେ ନାବିକ

ମୁଁ ଶୂନ୍ୟରୁ ସୃଷ୍ଟି

ଶୂନ୍ୟରେ ଲୀନ

କର୍ମ ଫଳ ମୋ ଭାଗ୍ୟ ଫଳ

ସବୁର ରଚୟିତା ତୁମେ ହିଁ ଜାଣ

ତୁମେ ନିରାକାର ତୁମେ ଅଣାକାର

ତୁମେ ଶୂନ୍ୟ ବ୍ରହ୍ମ ତୁମେ ଅମୃତ

ନାହିଁ ତୁମର ଆଦି ଅନ୍ତ

ସକଳ ସୃଷ୍ଟିର ରହସ୍ୟ ତୁମେ

ତୁମେ ହର୍ତ୍ତା, କର୍ତ୍ତା ଦଇବ ବିଧାତା

ତୁମେ ସୃଷ୍ଟି ବିଲୟର ରଚୟିତା

ସେ ପାଇଁ ତୁମେ ହିଁ

ଏ ସୃଷ୍ଟି ର ମହାନାୟକ

ମୁଁ ଭାଜ୍ୟ ପ୍ରତିଟି କ୍ଷେତ୍ରେ

ପ୍ରତି ମୁହୂର୍ତ୍ତେ

ତୁମେ ହିଁ ମୋ'ର ତଥା

ସକଳ ଜୀବ ଙ୍କ ଭାଜକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract