STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ତୁମେ ତ ନେଲାବାଲା

ତୁମେ ତ ନେଲାବାଲା

1 min
11


     (ରମ୍ୟ ରଚନା)

ତୁମେ ତ ନେଲାବାଲା ହୋ ବନ୍ଧୁ

   ଆମେ ତ ଦେଲାବାଲା,

ଦେବା ନେବାରେ ଏ ପାଞ୍ଚ ବର୍ଷ

   କରିବା ନାହିଁ ଢିଲା।

ଆଗରୁ ତୁମେ ଏମିତି କେତେ

   ଦେଇଛ ପ୍ରତିଶ୍ରୁତି,

କେତେ ଏହାକୁ କାର୍ଯ୍ୟ କରିଛ

   ଦେଖିଛି‌ ଆମ ଆଖି‌।

କହିଥିଲ‌ ତ ଦେବ କୁଆଡେ଼

   ଆମକୁ ହାତୀଘୋଡା‌,

ନ ଦେଲ ନାହିଁ ମାତ୍ର ଥରୁଟି

   ଦେଖା ଦେଲନି‌ ପରା‌ !   

ଆସିଛ ପୁଣି ଭୋଅଟ୍ ପାଇଁ

   ନୋଅଟ୍ ଯାଚୁଅଛ,

ମଦ କୁକୁଡ଼ା କାଉଣ୍ଟର ବି

   ଅନେକ ଖୋଲିଅଛ।

ଘଷର‌ ଘଷର‌ ଆହୁରି ଘଷର‌ 

    ଘଷର‌ ଘଷର‌ ପାଣି,

ତୁମେ ଯା' ପାଇଁ ନସରପସର

    ଆମେ ସେ କଥା ଜାଣି।

କେରାଣ୍ଡି‌ ଥୋପ‌ ଗୁନ୍ଥିଛ‌ ଯେଣୁ

    ବାଳିଆ‌ ମାରିବାକୁ,

ଲୋଭରେ‌ ଆମେ ଧାଇଁଛୁ‌ ତୁମ

    ଥୋପକୁ‌ ଗିଳିବାକୁ ‌।

ପାଞ୍ଚ ବରଷ ନେତା ହୋଇକି

    ପାଞ୍ଚ ପିଢିକି ରଖ,

ଭୋଟର ଚାହେଁ ଓଟପରିକା

    ନ ମିଳୁ ତାର ହକ।

ସବୁଠିଁ ପିସି ନେଉଛ କଷି

    ଦୁଇପାଖିଆ‌ ଧାର,

ଆମେ ତ ଯାହା ଅଛୁ ସେଇଆ

    ଠିକ୍ ନାହିଁ ତୁମର।

ଯୁଆଡ଼େ ମେଘ ସିଆଡେ ଛତା

    ଦେଖାଇ ଜାଣ ତୁମେ,

ଦୁର୍ବଳରୁ ଯା' ପେଲି ହେଉଛୁ

   ଭୋଟର ମାନେ ଆମେ।

ତୁମଠୁଁ ତୁମ ଚେଲା ଚାମୁଣ୍ଡା

    ଅଧିକା ଫଁ ଫଁ,

ବିରାଟ ବାହୁବଳେ କୀଚକ

    ଡରାଏ ଅହରହ।

ପାର୍ଟିପାଓ୍ଵାର ଅଛି ଆମର

    କରିବୁ କଣ୍ଟ୍ରାକ୍ଟରୀ,

ଚାରେଣା‌ କାମ କରି ବାରେଣା

    ଦେବୁ ଯେ ଚଳୁକରି‌।

ନେବା ପାଇଁକି ନେତା ହୋଇଛ

    ଆମେ ହୋଇଛୁ ଦାତା,

ଦେବା ନେବାର ଫାଇଲି ବାଲା

    ସେ ତୁମ କର୍ମକର୍ତ୍ତା।

ଭୋଟ୍‌ ଭଳି ଅମୂଲ୍ୟ ଚିଜ

    ତୁମକୁ ଆମେ ଦେଲୁ,

ଯେଉଁଥିପାଇଁ ପେଟ୍ରୋଲ ଶହେ

    ଦୁଇରେ‌ କିଣି ମଲୁ‌।

ରାସନ ବଢେ ଗ୍ୟାସ୍ ବଢେ

    ବିଜୁଳି ମଧ୍ୟ ବଢେ,

ଭିଆଇପି ବାବୁ ଭତ୍ତା ବି ବଢେ

    ଗରୀବ ଦେଖି ମରେ।

ତେଲିଆ ମୁଣ୍ଡେ ତେଲ ବୋଳିଲ

    ଆମର ନାହିଁ ତେଲ,

ଉପୁରି ଚାଖି ଦରମା ରଖି

    କହୁଛ ସବୁ ଭଲ।

ରକ୍ଷକ ହୋଇ ଭକ୍ଷକ ସାଜେ

    ଗଣତନ୍ତ୍ରର ଆଳେ,

ରାଜତନ୍ତ୍ରିଆ ସ୍ଵେଚ୍ଛାଚାରୀର 

    ମୁଖା‌ ପିନ୍ଧିକି‌ ବୁଲେ।

ପ୍ରଭୁ ଶ୍ରୀ ରାମ ନିଜକୁ ବରଂ

    ସେବକ ଭାବୁଥିଲେ,

ପ୍ରଜାଙ୍କୁ ପୁତ୍ର ଭଳିଆ‌ ପାଳି

    ରାମରାଜ୍ୟଟି କଲେ।

ବିନା ମୁକୁଟେ ସମ୍ରାଟ ହେଇ

    ଯେ ସବୁ ପ୍ରାଣେ ବସେ,

ସେଇତ ଆମ ପ୍ରକୃତ ନେତା

    ଯା‌'‌ ଲାଗି ଦେଶ ହସେ।

ପ୍ରଜା ମଙ୍ଗଳ ପାଇଁକି ସିନା

    ରାଜାଟି ପାଏ ପୂଜା

ନେତାଟି ନେଲାବାଲା‌ ହୋଇଲେ

    ରାଇଜ ପାଇଁ ଲଜ୍ୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy