STORYMIRROR

Anjana Naik,Anju..Deogarh

Tragedy

3  

Anjana Naik,Anju..Deogarh

Tragedy

ସମ୍ପର୍କର କଣ୍ଟକିତ ପଥ

ସମ୍ପର୍କର କଣ୍ଟକିତ ପଥ

1 min
165

ଏମିତି କେମିତି ହସି ପାରିବି ଆଉ କେବେ

ସବୁ ସ୍ବପ୍ନ ଭାଙ୍ଗିଯିବା ପରେ

ସେ ଥିଲା ଏକ ମୋର ଆଶାର ଆଶା

ଶେଷ ପ୍ରଣୟର ପ୍ରଥମ ଭାଷା

ସମୟ ସୁଅରେ ଅଜଣା ମୋହରେ

ଭାବିଥିଲି ଭାସି ଭାସି ପାଇଯିବି କୂଳ

ସପନ ନାଆରେ, ଜୀବନ ନଈରେ

କୁହୁଡ଼ିର ଲହଡ଼ିରେ ପାଇଲିନି ଥଳ

ନିଜଛାଇ ଖୋଜିଆଜି ନିଜେଗଲି ଥକି

କେତେ ଅବା ଲୁଚେଇବି କୋଉଠି କେମିତି

ଆଖି ର ଧାର ଧାର ଲୁହକୁ,

ବୁକୁରେ ଫୁଲି ଯାଉଥିବା କୋହକୁ,

ଥରୁଥିବା ଓଠର ବକ୍ତ୍ୟବ୍ଯକୁ,

ମନର ଗୁଞ୍ଜରିତ କ୍ରନ୍ଦନକୁ,

ହୃଦୟର ବ୍ୟାକୁଳତା ଭରା ସ୍ଫନ୍ଦନକୁ

ସବୁ ଜାଣି ବାକ୍ୟଶୂନ୍ୟ

ମୋ ଓଠ ପ୍ରକମ୍ପିତ ହେଉଥିଲା 

ଦେଖିଲି ମୋ ଭାଗର ଶାନ୍ତି ଗଣ୍ଡାକ

ଭଗବାନ ଭାଗ୍ୟ ଛଡ଼େଇ ନେଇ

ଅନ୍ୟ ପତ୍ରରେ ପରସି ଦେଇଥିଲା

ଜୀବନର ଏଇ ଚ଼ଲାପଥ ପରେ

ଏବେ ପ୍ରତିଯୋଗୀ ହୁଏ ନିଜର ଛାଇ

ଜାଳେ ତିଳ ତିଳ କରି ସେ ନିଆଁରେ

ଓଠରୁ ହସ ବି ନିଏ ଚ଼ୋରାଇ

ଏଠି ବାଦଲ ବି କରେ ଚ଼କ୍ରବ୍ୟୁହ

ଲୁହର ବର୍ଷା ହୁଏ ନିଜ ଗହଣା  

ଜାଳେ ତିଳ ତିଳ କରି ସେ ନିଆଁରେ

ହଜିଯାଏ ମୋର ପତା ଠିକଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy