ସମ୍ପର୍କର କଣ୍ଟକିତ ପଥ
ସମ୍ପର୍କର କଣ୍ଟକିତ ପଥ
ଏମିତି କେମିତି ହସି ପାରିବି ଆଉ କେବେ
ସବୁ ସ୍ବପ୍ନ ଭାଙ୍ଗିଯିବା ପରେ
ସେ ଥିଲା ଏକ ମୋର ଆଶାର ଆଶା
ଶେଷ ପ୍ରଣୟର ପ୍ରଥମ ଭାଷା
ସମୟ ସୁଅରେ ଅଜଣା ମୋହରେ
ଭାବିଥିଲି ଭାସି ଭାସି ପାଇଯିବି କୂଳ
ସପନ ନାଆରେ, ଜୀବନ ନଈରେ
କୁହୁଡ଼ିର ଲହଡ଼ିରେ ପାଇଲିନି ଥଳ
ନିଜଛାଇ ଖୋଜିଆଜି ନିଜେଗଲି ଥକି
କେତେ ଅବା ଲୁଚେଇବି କୋଉଠି କେମିତି
ଆଖି ର ଧାର ଧାର ଲୁହକୁ,
ବୁକୁରେ ଫୁଲି ଯାଉଥିବା କୋହକୁ,
ଥରୁଥିବା ଓଠର ବକ୍ତ୍ୟବ୍ଯକୁ,
ମନର ଗୁଞ୍ଜରିତ କ୍ରନ୍ଦନକୁ,
ହୃଦୟର ବ୍ୟାକୁଳତା ଭରା ସ୍ଫନ୍ଦନକୁ
ସବୁ ଜାଣି ବାକ୍ୟଶୂନ୍ୟ
ମୋ ଓଠ ପ୍ରକମ୍ପିତ ହେଉଥିଲା
ଦେଖିଲି ମୋ ଭାଗର ଶାନ୍ତି ଗଣ୍ଡାକ
ଭଗବାନ ଭାଗ୍ୟ ଛଡ଼େଇ ନେଇ
ଅନ୍ୟ ପତ୍ରରେ ପରସି ଦେଇଥିଲା
ଜୀବନର ଏଇ ଚ଼ଲାପଥ ପରେ
ଏବେ ପ୍ରତିଯୋଗୀ ହୁଏ ନିଜର ଛାଇ
ଜାଳେ ତିଳ ତିଳ କରି ସେ ନିଆଁରେ
ଓଠରୁ ହସ ବି ନିଏ ଚ଼ୋରାଇ
ଏଠି ବାଦଲ ବି କରେ ଚ଼କ୍ରବ୍ୟୁହ
ଲୁହର ବର୍ଷା ହୁଏ ନିଜ ଗହଣା
ଜାଳେ ତିଳ ତିଳ କରି ସେ ନିଆଁରେ
ହଜିଯାଏ ମୋର ପତା ଠିକଣା ।
