Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଜଳବାୟୁ ପରିବର୍ତ୍ତନ

ଜଳବାୟୁ ପରିବର୍ତ୍ତନ

1 min
157



ଅସ୍ତବ୍ୟସ୍ତ ଆଜି ଜନଜୀବନ

ମଣିଷ ହେଉଛି ଉପାୟ ଶୂନ୍ୟ

ହଜାଇ ଦେଉଛି ତା ହିତାହିତ ଜ୍ଞାନ

ଦିନୁଁ ଦିନ ପରିବେଶ ହୁଏ ପ୍ରଦୂଷଣ

ସମାଜ ଓ ଆମ ସାମାଜିକତା

 ସବୁରେ ହୋଇଛି ପରିବର୍ତ୍ତନ ।


ଖରା ବର୍ଷା ଶୀତ

ଋତୁ ଅନୁସାରେ ନ ହୁଅନ୍ତି ଅନୁଭୂତ

ଭୂଗୋଳ ବିଜ୍ଞାନ 

ସଭିଙ୍କୁ ପରିବେଶ କଲାଣି ଅଜ୍ଞାନ

ପରିବେଶବିତ୍ ଆଜି ଜ୍ଞାନ ଶୂନ୍ୟ

ସମଗ୍ର ବିଶ୍ଵେ ହାହାକାର ଆଜି ମଚିଛି

ଜଳ ବାୟୁରେ ପରିବର୍ତ୍ତନ ଆସିଛି ।


ଏ ମଣିଷ ଜାତି

ଗଛ କାଟେ ନିତି

ଜଙ୍ଗଲ କରଇ ସଫା

ଗଛକୁ କାଟି ପୁଣି

ଗଢେ ଦାମୀ ଦାମୀ କାଠର

ଖଟ, ପଲଙ୍କ ଓ ସୋଫା ।


ଜଙ୍ଗଲ କାଟି ସେ

ଗଢେ କଳକାରଖାନା

ପାହାଡ ପର୍ବତ ଖନନ କରି

ଶୁଖାଉ ଅଛି ଏ ମଣିଷ

ପ୍ରାକୃତିକ ଝରଣା

ନୀୟମଗିରିର ନୀୟମକୁ ଭାଙ୍ଗେ

ଖୋଳେ ପୁଣି ବେନୀୟମ ଖଣି ଖାଦାନ

ଅଦିନ ମେଘକୁ ଅଦିନ କୁହୁଡି

ଅଦିନେ ଘୋଟଇ 

ବନ୍ୟା,ବାତ୍ୟା ଓ ଝଡତୋଫାନ

ଋତୁ ଚକ୍ର ଆମ ହୋଇ ବକ୍ର

ହୁଏ ଜଳବାୟୁ ପରିବର୍ତ୍ତନ ।


ଅଜଣା ଆତଙ୍କ ଖେଳୁଛି

ନାନା ରୋଗ ବ୍ୟାଧି ରେ

ମଣିଷ ସମାଜ ସଢୁଛି

କରୋନା,ଇବୋଲା, 

ସାର୍ସ ଭଳି ରୋଗେ

ବାୟୁ ପ୍ରଦୂଷଣ ଯୋଗୁଁ

 ଏ ମଣିଷ ଜାତି ପଡୁଛି ।


ଶଦ୍ଦ, ଜଳ, ସ୍ଥଳ, ବାୟୁ ପ୍ରଦୂଷଣ

 ମାନସିକ ରୋଗୀଙ୍କ ସଂଖ୍ୟା

ସମାଜେ ବଢେ ଘନ ଘନ

ଆତ୍ମହତ୍ୟା, ଧର୍ଷଣ ଓ ଲୁଣ୍ଠନ

ଏ ସବୁର କାରଣ

ଆର୍ଥିକ, ରାଜନୈତିକ ତଥା

ସାମାଜିକ ପ୍ରଦୂଷଣ

ଏସବୁ ପାଇଁ ହେଉଛି 

ଆମ ଜଳବାୟୁ ପରିବର୍ତ୍ତନ।


ସଭିଏଁ ଚେଷ୍ଟିତ ହେବା

ଦେଶେ ଓ ସମାଜେ

ଆଣିବା ପାଇଁ ସ୍ବଚ୍ଛ ଶାସନ

ଦୁର୍ନୀତି ମୁକ୍ତ ସମାଜ ଗଠନ

ସ୍ଵଚ୍ଛ କରିବା ସଭିଙ୍କ ମନ

ସ୍ଵଚ୍ଛ ପରିବେଶ ସ୍ଵଚ୍ଛ ବିଶ୍ଵ ଗଠନ

ଶପଥ ନେବା ଆସ ସଭିଏଁ ଜାଣ

ସଭିଏଁ କରିବା ବୃକ୍ଷ ରୋପଣ

ବନ୍ୟ ଜୀବଜନ୍ତୁମାନଙ୍କୁ ଦେବା

ଆସ ହେ ଭାଇ ଭଉଣୀ 

ଆମେ ସୁରକ୍ଷା ପୁଣ

ସୁସ୍ଥ ପରିବେଶ ସୁସ୍ଥ ଜଳବାୟୁ

ପୁନଃ ହେବ ନିର୍ମାଣ

ସଭିଏଁ ମିଳି ଆମ

ଗଢିବା ନୂଆ ବିଶ୍ଵଟି ଜାଣ

ଜଳବାୟୁରେ ଆଣିବା

ନୂଆ ଚିନ୍ତା ଚେତନା ସହ

ନୂଆ ଆଶା ନୂଆ ଆକାଂକ୍ଷା ନେଇ

 ସବୁଜ ସୁନ୍ଦର ବିଶ୍ଵ ପାଇଁ ପରିବର୍ତ୍ତନ ।


Rate this content
Log in

Similar oriya poem from Abstract