STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ମାଗୁଣି

ମାଗୁଣି

1 min
195


କରୁନାହିଁ ଅଳି କରୁନି ବି କଳି

ମାଗୁଛି ଅଞ୍ଜଳି ପାତି

ତୁମରି ସୃଷ୍ଟିରେ ତୁମ ବଡ ପଣେ

ସଭିଏଁ ପାଆନ୍ତୁ ଶାନ୍ତି


ପ୍ରାରବ୍ଧ କର୍ମ କ୍ଷମା କରିବାର କ୍ଷମତା

ଜଗତ ବନ୍ଧୁ ଜାଣନ୍ତି

ଜଣେ ଖୁସି ଜଣେ ଦୁଃଖୀ କାହିଁକି

ସମ୍ୟକ୍ ସାମ୍ୟ ନଦିଅନ୍ତି


ସମୁଦ୍ର ଗର୍ଭରେ ସାଇତି ରଖିଛି ପ୍ରଭୁ

କେତେ ଯେ ମାଣିକ ମୋତି

ଧରା ପୃଷ୍ଠରେ ଖେଳାଇ ଦେଇଛ ଯାହା

ମଣିଷକୁ ଦିଅ ଶକ୍ତି


ବୁଦ୍ଧି ଜ୍ଞାନୀ ନୈତିକତା ସାଧୁତା ବଳରେ

ପାଉ ବଞ୍ଚିବା ପ୍ରେରଣା ପ୍ରୀତି

ତୁମେ ମହାବାହୁ କେମିତି ସହୁଛ ଦେଖି

ସର୍ବହରାଙ୍କ ଦୁର୍ଗତି


ମଣିଷ କାଟୁଛି ନିଜ ବେକ ନିଜ ହାତେ

ଶୁଣିଛି ଏମିତି ଭୋଗୁଛି ଦୁର୍ଗତି ନିତି

ତୁମେ ଚାହିଁଲେ କରୁଣା ଭରିଲେ ବିଶ୍ୱରେ

ହୁଅନ୍ତା କି କେବେ ଏମିତି


ପୁର୍ବଜନ୍ମ କର୍ମଫଳ କହି ପ୍ରଭୁ ଦିଅନା

ନିନ୍ଦା ଏମିତି

ନିଜ ପାଇଁ ଆଜି ମାଗୁନାହିଁ ମଣିମା

ଶୁଣ ବାରେ ମୋ ମିନତି


ପ୍ରଭୁପଣେ ତୁମ ବଡପଣ ରଖି ଦୁନିଆଁରେ

ଦେଖାଅ ସାମର୍ଥ୍ୟ ଶକ୍ତି

ପ୍ରତିଟି ଶିଶୁର ହସରେ ମଣିମା ଶୁଣିମା

ହସୁ ଏ ଧରା ନିତି


ମଣିଷକୁ ଦିଅ ଏତେ ସଦବୁଦ୍ଧି ଜ୍ଞାନ ଗରିମା

ନକରୁ କେବେ ଅନୀତି

ମଣିମା ମଣିମା ଗୁହାରି ଶୁଣିମା ଡାକ ଶୁଭେ

 ଅଶ୍ରୁ ଝରାଇ ପୋଛେ ପଣତେ ନିତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy