STORYMIRROR

Kunja Bihari Dalai

Comedy

4  

Kunja Bihari Dalai

Comedy

ବୟସ ଦେଇପାରେ ଆୟୁଷ

ବୟସ ଦେଇପାରେ ଆୟୁଷ

1 min
276

I.C.U.ଭିତରେ ଶୋଇଅଛି ପତ୍ନୀ

ବାହାରେ କାନ୍ଦୁଛି ସ୍ଵାମୀ,

ଡାକ୍ତର କହନ୍ତି ଆମ ଚେଷ୍ଟା ଶେଷ

ଯା କରିବେ ଅନ୍ତର୍ଯ୍ୟାମୀ।


ସ୍ପନ୍ଦନର ବେଗ କମି ଆସିଲାଣି

ନାହିଁ ତା'ପରେ ଭରସା,

ସେଲାଇନ୍ ଆଉ ଶିରାରେ ଯାଉନି

ମଉଳିଲା ଶେଷ ଆଶା।


ପାଦ ତଳେ ପଡି କହୁଅଛି ପତି

ଡାକ୍ତରଙ୍କୁ ବିନମ୍ରରେ,

ତା'ବିନା ମୋ ଘର ଅଚଳ ହୋଇବ

ବଞ୍ଚାଇ ଦିଅନ୍ତୁ ସାରେ।


ଚାଳିଶି ବୟସ ମାତ୍ର ତାକୁ ଏବେ

ଗଲେ ଅଧା ବୟସରୁ,

ପିଲା ମାନଙ୍କୁ ମୋ କିଏ ସମ୍ଭାଳିବ

ଭାସିଯିବେ ସଂସାରରୁ।


ସ୍ଵାମୀଙ୍କ ପାଟିରୁ କଥା ସରିନାହିଁ

I.C.U. ଭିତରୁ ଶୁଭେ,

ଅଣଚାଳିଶି ମୋ ହୋଇଛି ବୟସ

ମିଛ କୁହନାହିଁ ତୁମ୍ଭେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy