Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BAIRAGI SAHOO

Comedy Drama Romance

4  

BAIRAGI SAHOO

Comedy Drama Romance

ହୋମ୍ ଡେଲିଭରି

ହୋମ୍ ଡେଲିଭରି

1 min
351



ଦିନ ବାର ତିଥି ଫିକ୍ସ ହୋଇଲାଣି

 ଶୁଭ ବିବାହ ଲଗନ

ସାଜି ଗୃହଲକ୍ଷ୍ମୀ ଆସିବ ମୋ ଘର

 ଦେଖିବି ଚନ୍ଦ୍ର ବଦନ

ଉଚ୍ଛନ୍ନ ହେଲାଣି ମନ

ଆଜିର ଚିତ୍ରଣ ଦେଖି ଭାବିହୁଏ

 ମୁଣ୍ଡଟା ମୋ ଟେନ୍ସନ ।


ମହାମାରୀ ଆଜି ଦାଉ ସାଜିଅଛି

 ସରାଗ ରହୁନି ମନେ

ବହୁ କଟକଣା ଗାଇଡି ଲାଇନ

ସର୍କୁଲାର ପ୍ରତିଦିନେ

ସରକାରୀ ନିର୍ଦ୍ଦେଶ ନାମା

ବାଜା ବାଣ ନାଚ କିଛି ହେବନାହିଁ

 ଭୋଜି ଗେଦରିଂ ମନା ।


ରଙ୍ଗବତୀ ତାଳେ ନାଲି ପାଣି ପିଇ

 ନାଚିବେନି ଢ଼ଳିଢଳି

ବେଦିରେ ଭିଡ଼ିଓ ସୁଟିଙ୍ଗ ହେବନି

 ନଥିବ ପାଖରେ ଶାଳୀ

ସାରା ଜୀବନଟା ଭାଳି

ନିଜକୁ ଧିକ୍କାର କରୁଥିବି ସିନା

 କରମକୁ କରି ଗାଳି ।


କି କିଳା ମାଇଲୁ କରୋନା ରୂପସୀ

 କରୁଛୁ ନିଇତି ରାସ

ଘରଣୀ ବଦନ ଦେଖି ପାରିବିନି

 ନାଲି ଲିପିଷ୍ଟିକ ଲେସ

ତୁଣ୍ଡରେ ବାନ୍ଧିଛି ମାସ୍କ

ଡିଷ୍ଟାଂଶ ମେଣ୍ଟେନ୍ସ ଛୁଇଁବାକୁ ମନା

 ଚଉଠି କରିବି କିସ ।


ବହୁ ଚିନ୍ତାକରି ନିର୍ଣ୍ଣୟ ନେଲିମୁ

 ଜଣାଇବି କନ୍ୟାପିତା

ଲକ୍ ଡାଉନ୍ ରେ ବିବାହ ଲଗନ

 ବଢ଼ାଇଛି ମୋର ଚିନ୍ତା

ମେସେଜ ଫୋନରେ କରି

ହେ ମୋର ଶଶୁର ମାଇଣ୍ଡ ନକରି

ଦିଅ ହୋମ ଡେଲିଭରି ।


Rate this content
Log in

Similar oriya poem from Comedy