STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

କପଡ଼ା ବଞ୍ଚାଅ

କପଡ଼ା ବଞ୍ଚାଅ

1 min
286


   

ଓଡ଼ିଶାରେ ଆସି ବିଦେଶିନୀମାନେ

     ମୁଣ୍ଡେ ଓଢ଼ଣୀ ଦେଲେଣି,

କିନ୍ତୁ ଓଡ଼ିଆଣୀ ଝିଅମାନେ ଦେଖ 

     ସଟ୍ ପିନ୍ଧି ବୁଲିଲେଣି। 


କିଏ ବା ମାନୁଛି ନୀତି ନୈତିକତା

     ଦାଣ୍ଡରେ ପଡୁଛି ନାଆଁ,

ଅଭିଆଡୀ ଝିଅ ଆଜିକାଲି ପୁଣି

     ହୋଇଯାଉଛନ୍ତି ମାଆ।


ସରକାର କୁହେ ବିଜୁଳୀ ବଞ୍ଚାଅ ‌‌

    ପାଣି ପବନ ବଞ୍ଚାଅ,

 ସୁନ୍ଦରୀ କହୁଛି ଚାଖଣ୍ଡେ ପିନ୍ଧିକି  

    କପଡ଼ା ଯେତେ ବଞ୍ଚାଅ।


କପଡା କରୁଛି ନଫଡା ଯେତେକ

    ପିନ୍ଧିବା ବଡ଼ ଝାମେଲା,

ରୁମାଲ ଭଳିଆ କପଡାରେ ଲାଜ  

    ଢାଙ୍କି ଦେଲେ ଚଳିଗଲା।


ଦେଖାଯାଏ ଏବେ ନୂଆ ଜିନ୍ ପ୍ୟାଣ୍ଟ୍ 

     ଆଣ୍ଠୁ ପାଖାପାଖି ଚିରା,

ଯଦି ପଚାରିବ ଉତ୍ତର ମିଳିବ    

     ଆଜିକା ଷ୍ଟାଇଲି ପରା।


ଆମ ପରମ୍ପରା ଆମ ସଂସ୍କୃତିଟା    

  ‌ ଚୂଲିକି ଗଲାଣି ଏବେ,

ଦୁଷ୍କର୍ମ ଶୀକାର ହେବା ନିଶ୍ଚେ ସାର

     ଝିଅ ଲାଜ ଛାଡେ ଯେବେ।


ରକ୍ଷଣଶୀଳତା ପାପ କହି କହି    

     ପାଶ୍ଚାତ୍ୟ ଆଦରି ନେଇ,

ଓଡ଼ିଆଣୀ ନିଜେ ବଢିଆ ଭାବୁଛି    

     ଫେସନରେ ବୁଡ଼ି ରହି। 


ଉତ୍ତମ କାର୍ଯ୍ୟର ବ୍ୟବହାର ପାଇଁ

    ମୋବାଇଲ ଧରାଯାଏ ,

କିନ୍ତୁ ମନ୍ଦ କାର୍ଯ୍ଯେ ମୋବାଇଲ ମୂଲ୍ୟ  

    ମିଛଟାରେ‌ ହ୍ରାସ ପାଏ।


ଓଢ଼ଣୀର ଆଜି ମର୍ଯ୍ୟାଦା ତୁଟୁଛି    

    ଶାଢ଼ୀ ଦେହୁଁ ଖସିଯାଏ,

ଓଡ଼ିଆ ଚଳଣୀ ଖତ ଖାଇଯାଏ  

   ପାଶ୍ଚାତ୍ୟଟା ହସୁଥାଏ।    


ନାରୀଟିଏ ଏଠି ନାରୀଟିର ଶତ୍ରୁ    

    ବୁଝୁନି ନାରୀର ମନ, ‌ ‌ ‌    

ପ୍ରତି ଘରେ ଆଜି ଅଶାନ୍ତି ଭରିଛି     

‌ ବଢେ ଅତ୍ୟାଚାର ମାନ।


ଝିଅପୁଅ ନିଜ ସ୍ଥିତି ଭୁଲିଯାଇ      

     କୁକର୍ମେ ବୁଡ଼ି ରହିଲେ,

ବାପାମାଆଙ୍କର ଦେଖିବା ସ୍ବପ୍ନକୁ     

      ଭାଙ୍ଗି ଧୂଳିସାତ କଲେ।    


କେହି କାହାରିକୁ ମାନିଲେନି ପୁଣି ‌‌ 

      ସ୍ଵାର୍ଥକୁ କରିଲେ ବଡ଼,

ନିଷ୍ଠୁର ନିର୍ଦ୍ଦୟ ଭାବ ଆଚରିଲେ

      ସମ୍ମାନକୁ କରି ଦୂର।


ଷଣ୍ଢମାର୍କା ଆମେ ସବୁ କହୁଅଛୁ   

     ଛାତିରେ ବ୍ୟାନର ମାରି,

ମଦ ନାରୀ ଚୋରୀ ଅର୍ଥ ପଛେ ପଡ଼ି   

     କହି ଦେଖାଉ‌ ଚାତୁରୀ। 


ଝିଅ ଯଦି ଭୁଲ୍ ବାଟରେ ଯାଉଛି    

     ପୁଅ କୋଉ ଠିକ୍ ଅଛି,  

କାମନା ଲାଳସା ଚରିତାର୍ଥ ପାଇଁ

     ଯେତେ ସମସ୍ୟା ଘଟୁଛି।    


ଝିଅର ଭୂଷଣ ଲାଜ ସର୍ମ‌ ହେଲେ   

     ପୁଅର ଚରିତ୍ର ବଡ଼,

କ୍ଷଣିକ ଆବେଗ ଉତ୍ତେଜନା ପାଇଁ  

     ଖସାଅନାହିଁ ହେ ଗୋଡ଼। 


ଝିଅଟିଏ ପାଇଁ ମାଆର ଆସନ     

    ରହିଥାଏ ପରା ଚାହିଁ, ‌‌     

ନଷ୍ଟ କରନାହିଁ କେବେ ପବିତ୍ରତା 

   ସୃଷ୍ଟିର କାରଣ ହୋଇ। 


ଦେହକୁ ସୁନ୍ଦର ବସ୍ତ୍ର ଆଭୂଷଣ

   ଲଜ୍ୟାକୁ ବାନ୍ଧ ପଣତେ,    

ଖରାପ ପୁଅଙ୍କ ପାଖୁଁ ଦେଖି ଚାହିଁ

   ରୁହ ଦୂରେ ଦଶ ହାତେ।


ଓଡ଼ିଆଣୀଟିଏ ଶାଢ଼ୀ ପିନ୍ଧିଦେଲେ 

   ଦେବୀ ଭଳି ଲାଗୁଥାଏ,

ଜିନ୍ ସଟ୍ କଟ୍ ପିନ୍ଧେ ଯେବେ ଝିଅ

   ମୋ ମନ ଆମ୍ବିଳା ହୁଏ।



Rate this content
Log in

Similar oriya poem from Comedy