STORYMIRROR

ବି. ନିରୁପମା

Comedy Action Others

4  

ବି. ନିରୁପମା

Comedy Action Others

ସମ୍ବର୍ଦ୍ଧନା ଦେଲେ ହେଳେ

ସମ୍ବର୍ଦ୍ଧନା ଦେଲେ ହେଳେ

1 min
290

ବେଲଣା ବାଡ଼ିରେ ଖେଞ୍ଚୁଖେଞ୍ଚୁ ତାଙ୍କୁ

ଭାଙ୍ଗିଗଲା ମୋର ଚୁଡ଼ି,

ପୁତୁରା ଛୁଆଟା ଦେଖିକି କହିଲା,

"ଭାରି ଭଲ ହେଲା ଖୁଡ଼ୀ ।"

ଶାଶୁ ମୋ ଆସିଲେ ମାଡ଼ି;

କହିଲେ, "ବୋହୂଟା ସିଆଣିଆ ଅଛି

ଆଣିଦେବୁ ଗୋଟେ ଶାଢ଼ି ।"


ୟେ ଚାହିଁଲେ ଯେହ୍ନେ ଆଶ୍ଚର୍ଯ୍ୟ ହୋଇକି

ଉତ୍ତର ଦେଲେ ମୋ ଶାଶୁ,

"ୟା କଥାକୁ ଛାଡ଼ି ମୋ କଥା ଶୁଉଣୁ

ମିଛୁଟାରେ କିଆଁ କାଶୁ !

ଏ ଘରକୁ ଆସୁ ଆସୁ;

'ନାଲିଲଙ୍କା' କହି ଚିଡ଼େଇଲେ ଇଏ

କହିଲି ଯାଅ ମୋ ପାଶୁ ।


ନ ଶୁଣିକି ସିଏ ଆଖି ବୁଜି ମୋର

ହେଲେ ଖାଲି ହେଏଁ ହେଏଁ,

ଚକୁଳି କରିବା ପିଠା ପାତିଆରେ

ଚେଙ୍କିଦେଲି ଚେଏଁ ଚେଏଁ ।

କଲେ ସେଠୁ କେଏଁ କେଏଁ;

"ବଳଦଙ୍କୁ ଯାଆ କୁଣ୍ଡା ଦେବୁ ତେଣେ"

ଶ୍ବଶୁର ମୋ ଖେଏଁ ଖେଏଁ ।


"କାନିରେ ଗଣ୍ଠି ତୁ କରିକି ମାଆ ଲୋ

ପୁଅକୁ ଝୁଲାଉଥିବୁ,

ପାଠ ପଢ଼ି ଗଲେ ବାଟରେ ଲୁଚିଲା

କହିଛନ୍ତି ଟିବୁ, ଶିବୁ ।

ଅନୁମାନ ରଖିଥିବୁ;

କୋଉ କଥାରେ ଏ ଖିଲାପ କରିଲେ

ଆସି ମୋତେ କହିଯିବୁ ।


ଏ ଘର ସମ୍ପତ୍ତି ଏବେ ସବୁ ତୋର

ଯାହା ଇଚ୍ଛା ତାହା କର,

ପାଞ୍ଚଟା ଗାଆଁରେ ନାଆଁ ଅଛି ମୋର

କେଉଁ କଥାକୁ ବା ଡର ।

ଆଜିଠୁଁ ଏ ଚାବି ଧର;

ଛାତି ଦମ୍ଭ କରି ଜିଭ ଚଳା ମୁହିଁ

ଦେଲି ପୂର୍ଣ ଅଧିକାର ।"


ସେଇ ଅଧିକାର ବଳରେ ତୋହର

ବାପା ବନିଗଲେ ମେଣ୍ଢା,

ପଡ଼ିଶା ଲୋକ କେ ଆଖି ଦେଖାଇଲେ

କଳେବଳେ କଲି ଥଣ୍ଡା ।

କହୁଥିଲା ଆସି ନଣ୍ଡା;

"ନାନୀ ଲୋ ତୋ କଥା ଶୁଣିକି ସହରେ

ଥରୁଛନ୍ତି ଖାଲି ଗୁଣ୍ଡା ।"


ଉତ୍ତରାଧିକାରୀ ସୂତ୍ରରେ ଏ ଗୁଣ

ବୋହୂକୁ ମୁଁ ଦେବି ସବୁ,

ଯେମିତି ସେ ହାତ ମୁଠାରେ ରଖିବ

ସମସ୍ତଙ୍କୁ କରି କାବୁ ।

ସନମତି ଦେଉଥିବୁ;

ଅମୁକ ସ୍ତିରୀର ସ୍ୱାମୀ ବୋଲି ତୁହି

ନିଶ୍ଚେ ପରିଚିତ ହେବୁ ।"


ତାଙ୍କ କଥା ପୂରା ତୁଣ୍ଡରୁ ସରିନି

ଆସିଲେ ମହିଳା ଦଳେ,

ହାତରେ ତାଙ୍କର ଛାଞ୍ଚୁଣି, ପହଁରା

ସମ୍ବର୍ଦ୍ଧନା ଦେଲେ ବଳେ ।

କଟୁଭାଷା, ଜୋତା ମାଳେ;

ଦେଖି କରି ମୁଣ୍ଡ ଘୂରିଗଲା ମୋର

କଚାଡ଼ି ପଡ଼ିଲି ତଳେ ।


ଇଏ କଲେ ପରେ ଉପଚାର ଆଉ

କହିଲେ, "ସମୟ ଅଛି,

ଯେଉଁ ଭଳି କାମ ସେଇ ଭଳି ଫଳ

ନିଅ ଆଜିଠାରୁ ବାଛି ।"

ଶାଶୁ ମୋ କହିଲେ ଛି, ଛି;

ଦୁରୁଦଣ୍ଡି ହେବା ଶାସ୍ତି ତ ପାଇଲି

ଗପିଦେଲି ମିଛ କିଛି ।


Rate this content
Log in

Similar oriya poem from Comedy