STORYMIRROR

Girija Prasanna Prusty

Fantasy Others

3  

Girija Prasanna Prusty

Fantasy Others

ରାଲିଆ

ରାଲିଆ

1 min
729


ଇଛା ବି ନାହିଁ ମୋର

ହୋ ହୋ ହବାକୁ ଏପ୍ରିଲର ଖରାରେ

ମନେ ମନେ ଯାହାକୁ ସୋଧେ

ଦାନ୍ତ ନେଫେଡେଇ ତାଳି ମାରିବାକୁ

ସେଇ ଲୋକ ଭାଷଣରେ

ଇଛା ନାହିଁବି ମୋର

ମୁଁ ନାଚାର

ବାପ ଧନ ଖାଇ ହେଣ୍ଡି ମାରୁ ଥିବା ପୁଅ

ମୁଁ ବେକାର ।

ନମ୍ବରେ ଦି ନମ୍ବର ପାଇଁ

ଚାକିରୀ ହୋଉନଥିବା ମୁଁ ଅଧର୍ମା

ବୟସ ଗଡ଼ି ଚାଲିବା ସହ

ସବୁ ସ୍ୱପ୍ନକୁ କବର ଦୋଉଥିବା ମୁଁ ଅକର୍ମା

ଘରେ ସାହି ପଡିଶାରେ ପରିଚୟ ମୋର

କୋଡ଼ିଆ ଅଳସୁଆ ବାପ ଧନ ଖିଆ

ମୁଁ କୂଳାଙ୍ଗାର

ମୁଁ ବେକାର ।

ଆଜି ଏ ଦଳକାଲି ସେ ଦଳ

ତା ପରଦିନଆଉ କୋଉ ଦଳ ରାଲିରେ

ଭଳିକି ଭଳି ଟୋପି ପିନ୍ଧି

ନୂଆ ନୂଆ ନାରା ସହ

ମୁହଁକୁ ନିଲଠା କରି

ଭଳିକି ଭଳି ପତକା ଧରି ମୁଁ ବାହାରେ ।

ବାପା ଧନରେ ନୁହେଁ

ନିଜ ଦେହ ଭଡ଼ାରେ ମିଳେ ମାଉଁଶ

ଗାଡ଼ି ଥିଲେ ଫିରି ପେଟରଲ

ହାତ ଗୁଂଜା ଶହେ କି ଦୁଇଶ ।

ସବୁ କଷ୍ଟ ପାସୋରିବା ପାଇଁ

ପେଟ ପୁରା ପିଇ ଯାଏ

ମୁଫତ୍ ର ମଦ

ଘରେ ପହଁଚିଲେ ଶୁଭେ ନାହିଁ ବୋଉର ଆକଟ

ବାପାଙ୍କର ଗାରୁ ଗାରୁ ଟାଉଁଷିଆ ଆଠ ଦଶ ପଦ

ବୋଉ ହାତେ ଧରେଇ ଦେଇ ମୋ ରୋଜଗାର

ପାଳଟି ଯାଏ ମୁଁ ରାଜା ମିଛ ରାଇଜର

କିଛି କ୍ଷଣ ହୋଉ ପଛେ ଭୁଲିଯାଏ

ମୁଁ କୁଳାଙ୍ଗର ବାପ ଧନ ଖିଆ ଗୋଟେ ଦରବୁଢ଼ା ବେକାର ।

ସକାଳୁ ଉଠିଲେ ପୁଣି ମିଳିଯାଏ କାମ

ମିଳିଯାଏ ନୂଆ ଦଳୁ ଡାକରା

ନୂଆ ଟୋପି ଗଂଜିପତାକା ନୂଆ ନାରା

ବାପା ଆଖି ତରାଟୁ ଥାଆନ୍ତି

ବୋଉ କହେ ଧନ ମୋର ପିଇବୁନି ଆଜି

ଦେଇ ମୋର ନିଜସ୍ୱକୁ କବର

ଘୋଷି ଘୋଷି ନୂଆ ନାରା

ଘରୁ ମୁଁ ବାହାରେ

ମାନେ ନାହିଁ ଏପ୍ରିଲର ଟାଣ ଖରା

ପୁଣି ଶହେ ଦୁଇ ଶହ ରୋଜଗାର

ନିର୍ବାଚନ ଆସୁଥାଉ ସବୁଦିନ

ହେ ମୋର ପ୍ରିୟ ସରକାର ।

ନିଜକୁ ମୁଁ ଗର୍ବରେ କହିବି

ସବୁ ମଦ ପିଉଥିବା ମୁଁ ଗୋଟେ ମଦୁଆ

ସବୁ ରାଲି ଯାଉଥିବା ମୁଁ ଗୋଟେ ରାଲିଆ

ବାପା ଧନ ଖାଉଥିବା ନୁହେଁ କୁଳାଙ୍ଗାର

କାମିକା ମୁଁ

ନୁହେଁ ମୁଁ ବେକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy