STORYMIRROR

Padmalaya Mishra

Abstract Romance Classics

4  

Padmalaya Mishra

Abstract Romance Classics

ରାଧେ !

ରାଧେ !

1 min
7


ରାଧେ ! ତୁମ କମଳ ଚରଣ

କରିଛି ମୋ ନିଦ୍ରା ହରଣ

ତୁମ ନାମ ମୋର ପ୍ରତିଟି ପ୍ରଶ୍ଵାସେ

ତୁମ ପ୍ରେମ ମୋ ଧମନୀରେ ଭାସେ 

ଶୁଣି ତୁମ ପାଉଁଜିର ରୁଣୁଝୁଣୁ ଶବଦ

ଗଗନେ ଅସ୍ଥିର ହୁଅଇ ଜଳଦ

ତୁମ ପାଦର ନାଲି ଅଳତାର ଗାର

ତୁମ ବିନା ସଂସାରେ ଘୋଟେ ଅନ୍ଧକାର ।।


ରାଧେ ! ବଇଁଶୀ ଧରିଛି ମୁଁ ହାତେ

ବାଜୁଛି ସେ ତୁମ ପ୍ରେମର ସଙ୍ଗୀତେ

ନାଲି ଅଧର ମୋ ତୁମ ଅଳତାର ରଙ୍ଗ

ତୁମ ନାମେ ହୃଦୟେ ତରଙ୍ଗ

ଯମୁନା ପାଣି ଧୋଇ ତୁମ ପୟର

ଜଳ ତାର ରାଧେ କରିଛ ମଧୁର ।।




Rate this content
Log in

Similar oriya poem from Abstract