ପୂଜ୍ୟ ମୋ ପିତା ମାତା
ପୂଜ୍ୟ ମୋ ପିତା ମାତା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସଂସାରେ ସ୍ୱଦେହେ ଚଳନ୍ତି ଈଶ୍ବର
ପିତା ମାତା ଦୁର୍ମୂଲ୍ୟ,
ନିଷ୍କାମ ଚିତ୍ତରେ ଆଉ କିଏ ଭଲା
ପାଇପାରେ ଏତେ ଭଲ। [୧]
ଯାହା ପାଇଁ ଆମ ଜୀବନ ସର୍ଜନ
ମହୀରେ ହେଲୁ ଭୂମିଷ୍ଠ ,
କଢିରୁ ସୁନ୍ଦର ଫୁଲେ ପ୍ରସ୍ଫୁଟିତ
ମାଳି ସିଏ ସର୍ବଶ୍ରେଷ୍ଠ । [୨]
ଆଦ୍ୟ ଗୁରୁ ଆମ ଜୀବନେ ସଂସ୍କାର
ପିତା ମାତାଙ୍କର ଦାନ,
ସନ୍ତାନ ପାଇଁକି ହସି କରିଥାନ୍ତି
ସଦା ଆତ୍ମ ବଳିଦାନ । [୩]
ସଫଳତା ଉଚ୍ଚ ଶିଖରକୁ ଯାଇ
ଅରଜି ଅଶେଷ ଯଶ,
ବୃଦ୍ଧ ପିତା ମାତା ସେବା ନକରିଲେ
ବୃଥା ସବୁ ମାନ ଯଶ। [୪]
ମନ୍ଦିରକୁ ଯାଇ ପୂଜିବା ଆଗରୁ
କାଷ୍ଠ ପାଷାଣ ଦେବତା,
ଘରେ ଆସ ଆଗ ପୂଜିବା ଠାକୁର
ଆମ ପୂଜ୍ୟ ପିତାମାତା। [୫]