ପୁସ୍ତକ
ପୁସ୍ତକ
ସାମାଜିକ ଜୀବନର ଶୈଳୀ
ପୁସ୍ତକ ବିନା ଖସଡ଼ା ଶିଉଳି
ପୁସ୍ତକ ଦିଏ ଜ୍ଞାନ ଗୁଣ ଗରିମା
ପୁସ୍ତକ ଗୁଣ ଧର୍ମ ଓ ମହିମା
କି ବର୍ଣ୍ଣିବି ଅଧମ ମୁଁ ମାଗେ କ୍ଷମା
ଶିଶୁ କିଶୋର ଯୁବକ ବୃଦ୍ଧ
ପୁସ୍ତକ ପଢି ବିଚାର ସିଦ୍ଧ ଓ ଶୁଦ୍ଧ
ପଢିବା ନିଶ୍ଚିତ ଓଡିଶା ବରପୁତ୍ରଙ୍କ ଜୀବନୀ
ଅନେକ ଶିଖିବା କଥା ପାରିବା ଜାଣି
କର୍ତ୍ତବ୍ୟ କର୍ମ ଓ ତାର ପ୍ରଭାବ ସମାଜ ଉପରେ
ନିଶ୍ଚିତ ପଡଇ କିଞ୍ଚିତରୁ ଅଧିକ ମାତ୍ରାରେ
ମଣିଷ ପ୍ରଥମେ ସାମାଜିକ ପ୍ରାଣୀ
ପୁସ୍ତକ ପଢିବା ପାଣି ପିଇବା ପରି ଛାଣି
ପୁସ୍ତକ ଅଟେ ବନ୍ଧୁ ଜୀବନ ସାରଣୀ
ପୁସ୍ତକ ବିନା ଜୀବନ ଅଧା ଅଧୁରା କାହାଣୀ
ପୁସ୍ତକ ପଢି ଆହରଣ ସାମାଜିକ ଗୁଣ
ପୁସ୍ତକ ପଢି ଏ ଜଗତକୁ ଜିଣ
ପୁସ୍ତକ ଦିଏନି ଧୋକା ଭଲ ବନ୍ଧୁଟିଏ
ଚକାଆଖି ପରି ପୁସ୍ତକ କହ ଆଉ ଥାଏ
ବହି ଆମ ସାଥି ପିଲା ଶିଖିବା ଉଚିତ
ବହି ବଡ଼ବନ୍ଧୁ ଜଗନ୍ନାଥ ଯେମିତି ।।