ପୁଷ୍ପଗୁଚ୍ଛ
ପୁଷ୍ପଗୁଚ୍ଛ
ଫୁଲଟିଏ ମଉଳି ଗଲେ
ସଭିଙ୍କୁ କଷ୍ଟ ହୁଏ
କବିର କଲମ ରହିଯାଏ
କ୍ଷଣିକ ଉଦାସୀନ ହୋଇ
କୋହରେ ପରିପୂର୍ଣ୍ଣ ହୋଇଯାଏ
ଗାୟକର କଣ୍ଠ ସ୍ୱର ....
ପ୍ରଜାପତି ବି କାନ୍ଦିଥାଏ
ବିରହରେ ଦଗ୍ଧୀଭୁତ ହୋଇ
ଚଳ ଚଞ୍ଚଳ ପ୍ରେମିକ ମଧ୍ୟ
ସ୍ଥାଣୁ ପାଲଟି ଯାଏ
ପ୍ରେମମୟୀ ପ୍ରେୟସୀ ମଧ୍ୟ
ମଉଳି ଯାଏ ....
ପୁଷ୍ପର ସ୍ପର୍ଶ ରହିତା ହୋଇ
ପୁଷ୍ପଗୁଚ୍ଛ କଣ ଜରୁରୀ ନୁହେଁ
ନିଜ ପାଇଁ ?