STORYMIRROR

Lunar Das

Romance Tragedy

4  

Lunar Das

Romance Tragedy

ପୁଣିଥରେ

ପୁଣିଥରେ

1 min
324


ଆସନା ସେ ଅଜଣା ରାସ୍ତାକୁ

ଅଚିହ୍ନା ହୋଇ ପୁଣିଥରେ ଭେଟ ହେବା ।

ନା ତୁମେ ମୋତେ

ପୂର୍ବରୁ କେବେ ଚିହ୍ନି ଥିବ

ନା ମୁଁ ତୁମକୁ,

ନା ଆରକ୍ତ ସୂର୍ଯ୍ୟ ର

ବିତି ଯାଇଥିବା ମୁହୂର୍ତ୍ତ ଥିବ,

ନା ତୁମ ଅପେକ୍ଷା ରେ

ତିଳ ତିଳ ହୋଇ

ଜଳିବାର ଅଭିମାନ ଟେ ଥିବ ।

ସେଇ ତିକ୍ତ ପ୍ରହର ର

ସବୁ ଉକ୍ତି କୁ ମୁଁ

ଫିଙ୍ଗି ଦେଇ ଚାଲି ଯାଇଥିବି

ଅନେକ ଦୂରକୁ

ନା ସଞ୍ଚିତ ଅନୁଦ୍ ବିଗ୍ନତା ଥିବ ।

ମୁଁ ଆଶାନ୍ବିତ ଆଶ୍ୱାସ ଟେ ନେଇ

ବଞ୍ଚି ଯାଇଥିବି ଅନେକ ବେଳୁ

ମୃତ ପ୍ରହର ର ଶବ ଉପରେ,

ଯଦିବା ନିଜ ପାଖେ ସଞ୍ଚି ରଖିଥିବି

କିଛି ଅନୁରାଗ ଶେଷ ବିନ୍ଦୁ ଟେ

ଆସନା ପୁଣିଥରେ ଭେଟ ହେବା

ସେଇ ନିଷର୍ତ୍ତ ବେଳାରେ......।

ଦୀର୍ଘ ପଥ ର ଅନ୍ତରାୟ କୁ

କିଏ ବା ଗଣିଛି

ତୁମରି କଳ୍ପନା ରେ

ଆର୍ଯ୍ୟା ବର୍ତ୍ତ ର ସୀମାରେଖା

ଛୁଇଁବାର ତୃପ୍ତି ଟିଏ ନିଶ୍ଚୟ ରହିବ।

ପତ୍ର ଝଡ଼ା ପରେ

ନିସ୍ୱ ଗଛ ର ବିରହ ର ସ୍ପର୍ଶ ଟିଏ

ଛୁଇଁ ଗଲା ପରେ

ପୁନର୍ବାର ନୂତନ ପତ୍ର ର ଉଦ୍ଭିନ୍ନ ହେବ।

ସବୁଜ ର ବନାନୀ ରେ

କୁହୁ କୁହୁ ସ୍ୱରେ

କୋକିଳ ର ମଧୁ ସ୍ୱର

ପୁଣି ଗୁଞ୍ଜରିତ ହେବ ।

ତୁମ ଖୋଲା ହାତରେ

ଫଗୁଣ ର ଫଗୁ ବୋଳା ପର୍ବ ରେ

ରଙ୍ଗ ଟିଏ ଧରି

ମୁଁ କୃଷ୍ଣ ଧାମରେ ହଜିଯିବି।

ପୂର୍ଣ୍ଣିମା ର ପ୍ରେମରେ

ସମୁଦ୍ର ର ଉଦ୍ୟତ ଆବେଗ ପରି

ମୁଁ ଢେଉ ହୋଇ ଯିବି

ଜୀବନ ଟା ହିଁ ଶାନ୍ତି ଖୋଜୁଥିବା

ଏକ ଧାବିତ ତରଙ୍ଗ

ଆସନା ପୁଣିଥରେ ସେଇ

ଅଜଣା ରାସ୍ତାକୁ

ପୁଣିଥରେ ଅଚିହ୍ନା ହୋଇ

ଭେଟ ହେବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance