STORYMIRROR

Dr Baman Chandra Dixit

Romance Fantasy

4  

Dr Baman Chandra Dixit

Romance Fantasy

ପୁଣି ଟିକେ ଶ୍ରାବଣ

ପୁଣି ଟିକେ ଶ୍ରାବଣ

1 min
198


ଟିକେ ମଧୁର ଆଘାତ ବରଷାର

ଟିପି ଟିପି ଟିକି ଟିକି ଟୋପା ତଳୁ।

ପିଉ ଥିଲି ସେ ଦିନ ସେ ବୟସର

ହଜା ଶ୍ରାବଣର ଭିଜା ଓଠ ତଳୁ।।


ଆକାଶକୁ ଚାହିଁ ଚାହିଁ ପାପୁଲି ଉହାଡ଼େ

ଆଖିକୁ ଲୁଚେଇ ଓଠ ଖୋଲା ରଖି।

କିଛି ନିଃଶ୍ବାସକୁ ଆତ୍ମସାତ କରି

ନାସା ରନ୍ଧ୍ରେ ବର୍ଷା ବିନ୍ଦୁ ମାପି ମାପି।

ଟୋପେ ବରଷାର କୁନି କଣିକାରୁ

ପାଣି ପୁଣି ପୁଣି ଚାଖି ଜିଭ ତଳୁ ।।


ବିଭୋର ଅଧର ପୁଲକେ ଅଧିର

ହସ ଉକୁଟି ଆସିଲେ ହିଆ ଖୋଲି।

ଠିଆ ଠିଆ ଖେଳୁଥିଲି ବାଆ ସଂଗେ

ଓଦା ଷଡ଼ ଷଡ଼ ଓଢଣୀକୁ ମେଲି।।

ଲୋମ ଟାଙ୍କୁରିଲେ ଦେହ ଶୀତେଇଲେ

ମୃଦୁ କମ୍ପନ କମ୍ପିଲେ ଛାତି ତଳୁ।।


ଲାଜ ଲାଗେ ବେଳେ ବେଳେ କେବେ

ଓଦା ଲୁଗାଟା ଜଡ଼ିଲେ ଅଙ୍ଗେ ଅଙ୍ଗେ।

ଶ୍ରାବଣର ଛୁଆଁ ଆହ୍ଲାଦିତ କଲେ

ଛୁଇଁ ଛୁଇଁ ଯଉବନ ଭାଙ୍ଗେ ଭାଙ୍ଗେ।

ମେଞ୍ଚେ ତରଙ୍ଗ ପୀରତି ରଙ୍ଗେ ରଙ୍ଗା

ଖେଳେ କଲ୍ଲ୍ଵଳ ମନ ଯମୁନା ଜଳୁ ।।


ଧାରେ ଅମାନିଆଁ ଧାର ଧୀରେ ଧିରେ

ଖସି ଖସି ଗଲେ ଛାତି ସନ୍ଧି ଦେଇ।

କ୍ଷଣେ ବିଶ୍ରମିଲେ ନାଭି ରନ୍ଧ୍ରେ ରହି

ବହି ଯାଏ ନିବି ବନ୍ଧ ଛୁଇଁ ଛୁଇଁ।

ମନ କହୁଥିଲା ବଡ଼ ଅଳଜୁକି

କେତେ କଥା ଓଦା ଭିଜା ବାସ ତଳୁ।।


ଥଣ୍ଡା ବରଷାର ପାଣି ଝରି ଝରି

ଛୁଇଁ ଛୁଇଁ ଅଙ୍ଗ ରଙ୍ଗ ମନ ଲୋଭା।

ଅଳ୍ପ ଉଷୁମ ଉଷୁମ ଅନୁଭୂତ

ହ୍ୱନ୍ତି ପୀରତି ପାଗଳ ପ୍ରେମୀ ଅବା।

ଛଳ ଛଳ ପ୍ରୀତି ପୂର୍ଣ୍ଣ ପୟ ପାତ୍ର

ଢାଳି ଯାଆ ବାରିଦ ବଉଦ ତଳୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance