ପୁନେଇଁ ଜହ୍ନ
ପୁନେଇଁ ଜହ୍ନ
କୁଆଁର ପୁନେଇଁ ଜହ୍ନ
ଦେଖି ଲୁୁୁଚୁୁଛି
ପ୍ରିୟକୁ ଫେରେଇ ଦେବ
କଥା ଦେଇଛି (ଘୋଷା )
ପ୍ରିୟ କଥା ଚିନ୍ତା କରି
ଝୁରି ମରୁଛି
ପୁନେଇଁ ଜହ୍ନଟା ମୋତେ
ଧୋକା ଦେଇଛି । (ଘୋଷା )
ରାତି ରାଣୀ ତୋଳି ନେଇ
ଗଭା କରିିିଛିି
ଅତର ସୁପାତି ପାତିି
ଚାହିଁ ବସିିିଛି
ଆସିବେ ଆସିିିବେ ବୋଲି
ବେଳ ଗଡୁୁୁଛିି
କୁଆଁର ପୁନେଇଁ ଜହ୍ନ
ଧୋକା ଦେଇଛି ।
ବାସ୍ନା ଭରା ଗଭା ଫୁଲ
ବାସି ହେଉଛି
ଅପେକ୍ଷାରେ ଅସୁମାରୀ
ସ୍ଵପ୍ନ ଲିଭୁଛି
ନିରାଶରେ ମନ ପ୍ରାଣ
ଜଳି ଯାଉଛି
କୁଆଁର ପୁନେଇଁ ଜହ୍ନ
ଧୋକା ଦେଇଛି ।
ଦିଶିଲାଣି କୁଆଁତାରା
ଆଶା ମରୁଛି
ପ୍ରଭାତ ଉଇଁଲା ନଭେ
ନବୁୁୁଝିି କିଛି
ଭାବନା ପାଖରେ ଆଜି
ମନ ହାରିିିଛିି
କୁଆଁର ପୁନେଇଁ ଜହ୍ନ
ଧୋକା ଦେଇଛି ।
ହୃଦୟ ନଦୀରେ ଆଜି
ଭଟ୍ଟା ପଡିିିଛି
ନାଉରିଆ ବିରହରେ
ଗୀତ ଗାଉଛି
ଫେରିବା ପଥକୁ ଚାହିଁ
ଦିନ ସରୁୁୁଛିି
କୁଆଁର ପୁନେଇଁ ଜହ୍ନ
ଧୋକା ଦେଇଛି ।