STORYMIRROR

Debabrata Mishra

Romance

3  

Debabrata Mishra

Romance

ପୁଲକିତ ହୃଦୟ

ପୁଲକିତ ହୃଦୟ

1 min
168

ଯେବେ ଦିଶେ ପ୍ରିୟା ମୁଖ ଜହ୍ନ ଦେହେ

ପଲ୍ଲବିତ ହୁଏ ପ୍ରୀତିର ଗୋଲାପି ବୀଜ

ଇଚ୍ଛା ହୁଏ ଖେଳିବାକୁ ଦୋଳି ତା' ମନରେ

ଯେବେ ଚାହେଁ ମନ ସେବେ ଆସେ ରଜମଉଜ  


ପୁଷ୍ପିତ ହୃଦୟଟା ବାସେ ଅନ୍ତରେ ଅନ୍ତରେ

କାକର ସ୍ୱର ବି କେବେ ଲାଗେ କୋଇଲି ଗାନ

ପ୍ରେମଚକ୍ଷୁରେ ପରା ମରୁଭୂମି ଦିଶେ ସବୁଜ ସବୁଜ

ଅଧରେ ବେହିସାବ ଉଲ୍ଲାସର ହସ ଅନ୍ତେ ରହିଛି କାରଣ  


ନୟନେ ନୟନେ ଆହା କେତେ ଲୁଚକାଳି ମଧୁର

ଦୁଇପଦ କଥା କରିଦିଏ ସାରା ଦିନକୁ ସମ୍ପୂର୍ଣ୍ଣ ସୁନ୍ଦର

ହସ ତ ମେଣ୍ଟିଦିଏ ଶୋଷ ଚାହାଣୀରେ ସାହିତ୍ୟ ପ୍ରକାଶ

ଅନୁଭବର ବଗିଚା ଓ ପୁଲକିତ ସୁବାସିତ ମନର କୁଟୀର  


ଅପେକ୍ଷା ତ ଟିକେ ମୁଖଚନ୍ଦ୍ରମାରେ ହସର ସୁଆଗମନ

ବରଷା ଓଦାମାଟିର ବିରଳ ବାସ୍ନା ଆସେ ବିନା ଶିରାବଣେ

ଅବର୍ଣ୍ଣନୀୟ ଭାବର ସେ ସୁନୀଳ ସାଗର ଅଲେଖା ସେ କଥା

ଏହି ଆଖି ଖୋଜୁଥାଏ ସେ ଆଖିକୁ ପ୍ରତି ମୁହୂର୍ତ୍ତ ଓ ପ୍ରତି କ୍ଷଣେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance