ପଠାଣି ସାମନ୍ତ
ପଠାଣି ସାମନ୍ତ
ଓଡିଶା ରାଜ୍ୟର ନୟାଗଡ଼ ଜିଲ୍ଲା
ଖଣ୍ଡପଡା ଯେ ଗ୍ରାମର
ଅଠରଶହ ପଇଁତିରିଶି ମସିହା
ଜନ୍ମ ତେର ଡିସେମ୍ବର
ବାପା ଶ୍ୟାମବନ୍ଧୁ ସିଂହ
ବୋଉ ବିଷ୍ଣୁମାଳୀ କୋଳ ମଣ୍ଡନ
ପୌଷ କୃଷ୍ଣ ଅଷ୍ଟମୀରେ ।
ବିଶ୍ୱାସ କରନ୍ତି ଖୁଣ୍ଟପଡା ମହାଦେବ
ଚନ୍ଦ୍ରଶେଖର ଦୟାରୁ
ଖଣ୍ଡପଡା ରାଜବଂଶ ପରିଚିତ
ଚନ୍ଦ୍ରଶେଖର ନାମରୁ
ଦୁଇ କନ୍ୟା ଏକ ପୁତ୍ର ମୃତ ଆଗରୁ
ତାଙ୍କ ଅପର୍ତ୍ତ୍ୟାଣି ନାମ ଯେ ପଠାଣି
ରହିଗଲା ସେହି ଠାରୁ ।
ପିତା ଶ୍ୟାମଙ୍କର ଗଣିତ ଶାସ୍ତ୍ରରେ
ଅଗାଧ ପାଣ୍ଡିତ୍ୟ ଥିଲା
ଗଣିତ ଜ୍ୟୋତିଷ ଆଲୋଚନା ମାଧ୍ୟ-
ମରେ ଶିକ୍ଷା ଲାଭ ହେଲା
ପୁରାତନ ଜ୍ୟୋତିଷ ଶାସ୍ତ୍ର
ଶିକ୍ଷା ଲାଭ କରି ଗ୍ରହ ଚନ୍ଦ୍ର ତାରା
ଗତି ବିଧି ଜ୍ଞାନ ହେଲା ।
ସୂକ୍ଷ୍ମ ଯନ୍ତ୍ର ସବୁ ଉଦ୍ଭାବନ କଲେ
ସାମନ୍ତ ଚନ୍ଦ୍ରଶେଖର
ଦୁଇଟି ବାଉଁଶ ନଳୀରେ ମାପିଲେ
ଗତି ଗ୍ରହ ନକ୍ଷତ୍ରର
ପୁରାତନ ଜ୍ୟୋତିଷ ସଂସ୍କୃତ ଶାସ୍ତ୍ରର
ଗଣନାରେ ଅନେକ ଅସମାନତା ଥିଲା
ଆବଶ୍ୟକ ନୂତନର ।
ସିଦ୍ଧାନ୍ତ ଦର୍ପଣ ପୋଥିକୁ ରଚନା
କରିଲେ ଚନ୍ଦ୍ରଶେଖର
ଦୁଇ ହଜାର ଗୋଟି ପଦ ବିଶିଷ୍ଟ
ଆରମ୍ଭ ମେଷ ସଂକ୍ରାନ୍ତି ଦିନ
ଅଠରଶହ ଅଣସତୁରୀ ମସିହାର
ଚଉତିଶ ବର୍ଷ ବୟସେ ଆରମ୍ଭିଲେ
ଶେଷ କୃଷ୍ଣ ନବମୀ ମାର୍ଗଶୀର ।
(୧୨.୧୧.୧୮୯୨ଶେଷ)
ଚବିଶି ବିଭାଗ ପଚିଶିଶହ ଶ୍ଳୋକ
ସଂସ୍କୃତେ ପୁଣି ଲିଖିତ
ବାଇଶିଶହ ଚଉରାଅଶି ପଠାଣି ଲେଖିଲେ
ଅନ୍ୟ ସବୁ ଯେ ଉଦ୍ଧୃତ
ଅଠରଶହ ଚଉରାନବେ ଛାପାହେଲା
ଶହେ ବର୍ଷ ଯାଏ ଅନାଲୋଚିତ ଯେ
"ନେଚର କଲେଜ" ପ୍ରକାଶିଲା ।
ଗୋଲଯନ୍ତ୍ର ସୂର୍ଯ୍ୟଘଡି ଶଙ୍କୁଦଣ୍ଡ
ଉଲମ୍ବୀ ଚକ୍ର ନାମରେ
ମାନଯନ୍ତ୍ର ଖଗୋଳଯନ୍ତ୍ର ଯେ
ଉଦ୍ଭାବନ ତାଙ୍କ ସ୍ଵହସ୍ତରେ
ଅଠରଶହ ତେୟାନବେରେ
ଜ୍ୟୋତିଷ ନିର୍ଭୁଲ ଗଣନା ପାଇଁ
ମହାମହୋପାଧ୍ୟାୟ ଉପାଧିରେ ।
ନିଜ ଜାତକ ଗଣନା କରି ନିଜ
ମୃତ୍ୟୁ ସମୟ ଜାଣିଲେ
ଅନ୍ତିମ ସମୟେ ପୁରୀ ଅବସ୍ଥାନ
କାଳିଆ କୃପା ଲଭିଲେ
ଏଗାର ଜୁନ୍ ଉଣେଇଶିଶହ ଚାରି
ଇହଧାମ ତ୍ୟାଗ କଲେ
ପଠାଣି ଜଗତେ ଅମର ହେଲେ ।
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର
ସିଂହ ହରିଚନ୍ଦନ ମହାପାତ୍ର
ଉତ୍କଳ ପୁରପଲ୍ଲୀରେ ପଠାଣି ସାମନ୍ତ
ନାମେ ପରା ପରିଚିତ
ତାଙ୍କ ନାମେ ପଞ୍ଜିକା ପଠାଣି ସାମନ୍ତ
ଧନ୍ୟ ହେ ସୁଯୋଗ୍ୟ ପଠାଣି ତୁମକୁ
କରେ କୋଟି ପ୍ରଣିପାତ ।
