ମୋ ବାପା ସବୁଠୁ ଭଲ
ମୋ ବାପା ସବୁଠୁ ଭଲ
ବାପା ମୋର ଦୁନିଆଁରେ
ସବୁ ଠାରୁ ଭଲ
ଦୁଃଖ କଷ୍ଟ ଭୂଲି ଯାଉ
ପାଇ ତାଙ୍କ ଗେଲ ।
ଚାରି ଦିନ ରଜ ପର୍ବେ
ମନ କଥା ଜାଣି
କେତେ ଅପୂର୍ବ ପଦାର୍ଥ
ଆଣିଲେ ଯେ କିଣି ।
ଭାଇ ପାଇଁ ନୂଆ ଜାମା
ମୋ ପାଇଁ ଯେ ଶାଢ଼ୀ
ଏମିତି ପରବ ଚାଲେ
ପିଢି ପରେ ପିଢି ।
ପହିଲି ରଜରେ ବାପା
ବାନ୍ଧି ଦେଲେ ଦୋଳି
ମିତ ମିତଣୀ ସାଙ୍ଗରେ
କଲି କେତେ ମେଳି ।
ସଂକରାନ୍ତି ରଜ ଦିନେ
ବାପାଙ୍କର ମନ
ମଙ୍ଗଳ ମନାସି କର
ଈଶ୍ଵରଙ୍କୁ ଧ୍ୟାନ ।
ଭୂମି ଦହନ ଦିନରେ
ପାଖରେ ବସାଇ
ବୋଲନ୍ତି ଏମନ୍ତ ଦିନେ
ମାଟି ନଛୁଅଁଇ ।
ବସୁମତୀ ସ୍ନାନ ଅଟେ
ଶେଷ ରଜ ପାଳି
ପ୍ରଭାତରୁ ବାପା ସଙ୍ଗେ
କରିଲୁ ଗହଳି ।
ସକାଳ ସ୍ନାନାଦି କର୍ମେ
ନାହିଁଟି ଅଭ୍ୟାସ
ଚାଷ ହଳ ପରେ ବାପା
ହୁଅନ୍ତି ଉଶ୍ଵାସ ।
ଭାଇ ଭଉଣୀ ସକଳେ
ଆନନ୍ଦରେ ମାତି
ବାପାଙ୍କୁ ସ୍ନାହାନ ଦେଇ
କରାଇଲୁ ଶାନ୍ତି ।
ବାପା ମା ପରି କେହି
ସଂସାରେ ନାହାଁନ୍ତି
ତାଙ୍କରି ସୌଭାଗ୍ୟ ପ୍ରାପ୍ତେ
ବର୍ଦ୍ଧିତ ଯେ ଜ୍ୟୋତି ।
