STORYMIRROR

Pranati Mahapatra

Inspirational Children

3  

Pranati Mahapatra

Inspirational Children

ବିରାଟ ନୀରବତା

ବିରାଟ ନୀରବତା

1 min
218


ନାମ ନୁହେଁ ଏକ ଅମୋଘ ଅସ୍ତ୍ର

ଜାଣିଛି ସନ୍ତାନ ପାଇଁ,

ବଡ଼ ହୀନିମାନି ପାଇନି ପରଶ

ଭାବିଲେ ଲୁହ ବହଇ,

ଆଉ କି ପାଇବି ମୁହିଁ

ଜନମ କାଳରୁ ସେହି ଅଭାବକୁ

ଭାବି କାନ୍ଦି ଝୁରୁଥାଇ।


ଅଦେଖା ପରଶ ଦିଅନ୍ତେ କି ଥରେ

ବାପା ରୂପ ନେଇ କିଏ,

କହନ୍ତେ ମୋତେ ସେ ମୁଁ ତୋର ଜନକ

ଶିରେ ଦେବେ ଚୁମାଟିଏ,

ତାଙ୍କ ପରି ହେବ କିଏ

ଜୀବନର ପ୍ରତି ମୂହୁର୍ତ୍ତରେ ଖୋଜେ 

ଅଭାବେ କୁହୁଳୁ ଥାଏ।


ବାପା ଭଳି ଯେଉଁ ମହନୀୟ ଶବ୍ଦ

ଡାକିନି କେବେ କାହାକୁ,

ନିଷ୍ଠୁର ନିୟତି ନେଇଛି ମୋ ବାପା

ଦେଇଛି ଦୁଃଖ ଆମକୁ,

ମନକଥା ହେଜି ସଦା

ହେ ଜଗତପିତା କହୁଛି ଏଭଳି

ଦୁଃଖ ଦିଅନି କାହାକୁ।


ବାବା ତୁମକୁ କୋଟି ଜୁହାର 

କରେ ସଦା ତୁମ ଝିଅ,

ଦୂରେ ଥାଇ ଆଶୀର୍ବାଦ ଢାଳିଦିଅ

ମାଆ ସୁଖେ ରହୁ ନିତ୍ୟ,

ଅଦୃଶ୍ୟେ ବି ଦେଖାଦିଅ

ତୁମ ଆବର୍ତ୍ତମାନରେ ଲୁଚେଇ ସେ

ଝରାଏ ଲୋତକ ସୁଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational