Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aishwarya Mishra

Children

3  

Aishwarya Mishra

Children

ମୋ ପିଲାଦିନ

ମୋ ପିଲାଦିନ

1 min
197


କେଜାଣି କାହିଁକି ଇଚ୍ଛା ହୁଏ ଆଜି

ଫେରିପାଇବାକୁ ମୋ ପିଲାଦିନ

ସାଙ୍ଗସାଥି ମେଳ ଲୁଚକାଳି ଖେଳ 

ରୋମାଞ୍ଚରେ ଭରା ମୋ ପିଲାଦିନ ,


ବରଷାରେ ଭିଜି କାଗଜ ନଉକା 

ଭସାଉଥିଲି ମୁଁ ସେତେବେଳେ 

ମନ ହେଲେ ଦୁଃଖ, ଚୁପ୍ ଚାପ୍ ଯାଇ 

ଶୋଇପଡ଼ୁଥିଲି ବୋଉ କୋଳେ,


ଶୁଣୁଥିଲି ଗପ, ଜେଜେ ମାଆ ପାଶେ

ନିଦ ଆସୁଥିଲା ଆଖିରେ ଧାଇଁ ,

ଶିଶୁ ମନେ ମୋର ନ ଥିଲା ତ ଚିନ୍ତା

ମିଠା ସ୍ଵପ୍ନରେ ଯାଉଥିଲି ମୁଁ ଶୋଇ ,


ହେବା ପରେ ବଡ଼, ଆଜି ମୁଁ ବୁଝୁଛି

ପିଲାଦିନ ଥିଲା କେତେ ନିଆରା ,

ଫେରିଯା'ନ୍ତି କି ଅତୀତକୁ ମୋର

ସାଉଁଟିବାକୁ କିଛି ସୁଖ ପସରା ।


Rate this content
Log in