ଆଶିଷ ଧାରା
ଆଶିଷ ଧାରା
ତୋ ପ୍ରୀତିର ବାସ୍ନାରେ
ଭିଜିବା ପରେ
ହଜିବା ପରେ
ଆଉ ଲୋଡ଼ା ନାହିଁ ମୋର
ଅଳିକ ସୁଖ ପସରା ।
ଥରେ ତୋ ହାତ ଧରି
ଚାଲି ଶିଖିବା ପରେ
ଆଉ ମୋତେ କି ଡ଼ରାଇବ
ଏଇ ଛାର ବରଷା, ଖରା ।
ଜୀବନରେ ମୋର
ଯେତେ ଦେବୁ ଦୁଃଖ
ହସି ହସି ଯିବି ସହି
କଥା ଦେ ଥରେ
ମା' ଲୋ ମୋହର
ଡ଼ାକିଲେ ଦେବୁ ତୁ ଧରା ।
କରିବୁନି ପର
ଆସିଲେ ଆସୁ ଝଡ଼
କରିବୁନି ମୋତେ ଏକା
ପଣତ ଉହାଡ଼େ ରଖିବୁ ଲୁଚାଇ
ଝରାଇ ସ୍ନେହର ଧାରା ।
ତୋ କୃପା ବଳରେ
ପୁଣି ହସିବ ମୋ ଜଗତ
ନ ଥିବ ଯାତନା ତହିଁ
ଶ୍ରୀ ପୟରେ ମା' ଗୋ
ଘେନ ମୋ ପ୍ରଣତି
ହେଉ ସ୍ବର୍ଗ ସମ ଧରା ।