STORYMIRROR

Ramakanta Das

Children Stories

3  

Ramakanta Das

Children Stories

ପିତା

ପିତା

1 min
187


ଯାହା ପାଇଁ ଆଜି ଏଇ ମୋ ଜୀବନ

  ଯାହା ପାଇଁ ଯଉବନ

ଯାହା ପାଇଁ ଚାଲେ

   ମୋ ଦେହେ ପବନ

ସେ ହିଁ ମୋର ଭଗବାନ

ସେ ହିଁ ମୋର ଭଗବାନ...


ଯାହା ପାଇଁ ଆଜି ଏ ଧରାପୃଷ୍ଠରେ

  ନେଇଛି ମୁଁ ଜନମ

ତାଙ୍କ ପରିଚୟେ ବାଟ ମୁଁ ଚାଲଇ

  ମୋ ଜୀବନ ହେଲା ଧନ୍ୟ

ସେ ହିଁ ମୋର ଭଗବାନ

ସେ ହିଁ ମୋର ଭଗବାନ...


ହାତ ଧରି ମୋର ଚାଲି ଶିଖେଇଲେ

  ଏ ଦୁନିଆଁର ପଥ ଦେଖେଇଲେ

ସବୁ ଦୁଃଖ ଓ ସବୁ କଷ୍ଟ ସହି

  ମୋ ଦେହେ ଦେଲେ ଜୀବନ

ସେ ହିଁ ମୋର ଭଗବାନ

ସେ ହିଁ ମୋର ଭଗବାନ...


ନିଜ ରକତକୁ ପାଣି କରି

  ସେ କରମ କରନ୍ତି

ସଭିଙ୍କ ଓଠରେ ହସ ଫୁଟାନ୍ତି ସେ

  ସତ କରିଥାନ୍ତି ଆମ ସବୁ ସପନ

ସେ ହିଁ ମୋର ଭଗବାନ

ସେ ହିଁ ମୋର ଭଗବାନ...,


ଅବୁଝା ହେଲେ ସେ ବୁଝେଇ ଦିଅନ୍ତି

   କୁହନ୍ତି ହବୁନି ଦୁଷ୍ଟ

ବେଶି ଦୁଷ୍ଟ ହେଲେ ଛାଟ ଦେଖେଇକି

  କରିଥାନ୍ତି ଶାସନ

ସେ ହିଁ ମୋର ଭଗବାନ

ସେ ହିଁ ମୋର ଭଗବାନ...,


ସେ ମୋ ପାଇଁ ଜୀବନ୍ତ ଠାକୁର

   ସେ ମୋର ଭଗବାନ

ତାଙ୍କ ପାଦ ଧୂଳି ଦେହସାରା ବୋଳି

  ନିଜକୁ କରେ ମୁଁ ଧନ୍ୟ

ସେ ହିଁ ମୋର ଭଗବାନ

ସେ ହିଁ ମୋର ଭଗବାନ...


ସେନେହର ମନ୍ଦିର ସେ

   ଆଶିଷର ବରଷା

ଜୀବନର ଚଲା ବାଟେ

   ସେ ଏକା ଭରସା

ତାଙ୍କ ସହିତ କେହି ନୁହଁନ୍ତି ସମାନ

ସେ ହିଁ ମୋର ଭଗବାନ

ସେ ହିଁ ମୋର ଭଗବାନ...,


ସରଗଠୁ ବଡ ସେ ତ

  ଦରିଆ ଠୁ ଗଭୀର

ଆମେ ସବୁ ପୂଜା ଫୁଲ

   ସେ ଆମ ମନ୍ଦିର

ତାଙ୍କ ପାଇଁ ଆଜି ଏଇ ମୋ ଜୀବନ

ସେ ହିଁ ମୋର ଭଗବାନ

ସେ ହିଁ ମୋର ଭଗବାନ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍