STORYMIRROR

Gayatri Singh

Children Stories Inspirational Children

3  

Gayatri Singh

Children Stories Inspirational Children

ବାପା

ବାପା

1 min
163

ଏକ ଅମୃତ ଅନୁଭବର ନାଁ

ଦର୍ପଣ ଭଳି ସ୍ୱଚ୍ଛ

ସୁନା ପରି ନିଷ୍କଳଙ୍କ

ବିଶାଳ ବ୍ୟାପକ ବିସ୍ତୃତ ଯେତେ

ସବୁ ଶବ୍ଦ କମ ପଡିଥାଏ ତାଙ୍କ ପାଇଁ ।


ତାଙ୍କ ପରିଚୟ ସେ ବାପା,

ସେତିକି ଯଥେଷ୍ଠ

ତାଙ୍କ ସ୍ନେହ ଦେଖାଯାଏନି

କିନ୍ତୁ ଅନୁଭବ କରିହୁଏ ।


ତାଙ୍କ ତାଗିଦରେ ଭରି ରହିଥାଏ ସ୍ନେହ

ତାଙ୍କ ଗମ୍ଭୀରତାରେ ଭୟ ଆସିଲେବି

ଯେତେ ସବୁ ଅଳି ଥାଏ 

ବାପାଙ୍କ ଠାରେ

ଜରିଆ କେବଳ ମା ।


ଦାୟିତ୍ୱର ପ୍ରଚଣ୍ଡ ଶକ୍ତି

ଧୈର୍ଯ୍ୟର ପ୍ରଚୁର ଉତ୍ସ ସେ

କେବେ ହାରିଯାଇ ନଥିବା

ସବୁ ପିଲା ମାନଙ୍କର ଆଦର୍ଶ ସେ

ଦୁନିଆର ସବୁ ବାପା ମାନଙ୍କୁ ଉତ୍ସର୍ଗ ।



Rate this content
Log in