STORYMIRROR

RUNALAILA MOHANTA

Tragedy Others Children

3  

RUNALAILA MOHANTA

Tragedy Others Children

ଆଜିର ମଣିଷ

ଆଜିର ମଣିଷ

1 min
225


   କିଏ ନିଜର କିଏ ପର ଜାଣି ହୁଏନା

  ଏଇ ତ ସଂସାର ର ଜନ ଜୀବନ କଥା

     ବୁଝି କି ବି କିଛି ବୁଝି ହୁଏନା

  କହେ କେବେ ମନ ସେ ବହୁତ ଭଲ

ବୁଝେ କେବେ ମନ ସେ ନୁହେଁ କେବେ କାହାର

    ଏଠି ତ ସବୁ ସମୟର ଖେଳ

    ତେଣୁ ସେ କହିବ କିଏ କାହାର

ଯେତେ ଚାହିଁଲେ ବି ଆମେ ପାରୁନା ଜାଣି

    ଏଠି ଯେ ଅସଂଖ୍ୟ ମିଥ୍ୟାବାଦୀ

     ଉପରେ ଏକ ଭିତରେ ଏକ 

      ରୂପ ଦେଖାନ୍ତି ଦିନକୁ ଦିନ

  ନ ଆସିଲେ ସମୟ କିଛି ହୁଏନା ଜାଣି

  କେମିତି କାହାର ରହିଅଛି ମନର ଭାବ

     ଏଣ୍ଡୁଅ ପରି ବଦଳାନ୍ତି ରଙ୍ଗ

      ଏଠି ମଣିଷ ଦିନ କୁ ଦିନ

     ଏଇ ତ ଆମ ସଂସାର ଗତି

    ଯେତେ ଚାହିଁଲେ ବି ହୁଏନା ଧରି

    ଯେମିତି ଇଚ୍ଛା ହେଉଛି ଯାହାର

    କରି ଯାଉଛି ସେ ସେହି କାର୍ଯ୍ୟ

    ବୁଝେନା ସେ କିଛି ଭଲ ଖରାପ

    ମନ କହୁଛି ତ ସବୁ କରି ଯାଅ

    ବୁଦ୍ଧି କୁ କହୁଛି ଚରିବାକୁ ଘାସ

   ଗବର କୁ କହୁଛି ମୁଣ୍ଡରେ ମୋ ବସ

   ବିବେକ କଥା ତ ମନେ ନାହିଁ ତାର

   ହୋଇବ କିପରି ସେ ବିବେକବାନ

  ନିଜ ଖୁସି ଛାଡ଼ି ଭାବେନା ସେ କା କଥା

  ବଞ୍ଚିଥାଉ ସେ ଆଗ ତାପରେ ଦୁନିଆ

 ଏତେ ଯେ ପରିବର୍ତ୍ତନ ଆସିଛି ସମାଜେ

   କହିଲେ ସରିବନି ଆଜି ଏ ଦିନରେ

     ଦେଖାଅ ପ୍ରଭୁ ପ୍ରକୃତ ମାର୍ଗ

    କରି ଦିଅ ସଭିଙ୍କୁ ଭଲ ମଣିଷ ।


Rate this content
Log in

Similar oriya poem from Tragedy