ପିତା ର ଲୁହ
ପିତା ର ଲୁହ
ପିତା ବି ଏଠି କାନ୍ଦେ,
ବେଳେବେଳେ ଲୁଚି ଲୁଚି,
ବେଳେବେଳେ ସର୍ବସମ୍ମୁଖରେ।
ଲୁହକୁ ନିଜର ଭାବେ ବେଳେବେଳେ,
ସବୁଦିନ ସେ ଜଳୁଥାଏ ଯନ୍ତ୍ରଣା ଜୁଇରେ,
ସମାଜ ପରିବାର ଠାରୁ ଅନତି ଦୂରରେ।
କୁହେଲିକା ପଛେ ସେ ଧାବମାନ ନୁହଁନ୍ତି,
ସେ ପରିବାର ଖୁସି ପାଇଁ କିଛି ବି କରି ପାରନ୍ତି।
ସ୍ଵର୍ଗରୁ ଚାନ୍ଦ ଆଣି ହାତରେ ଧରାଇବାର କ୍ଷମତା ସେ ରଖନ୍ତି।
