Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Inspirational Children

3  

Aishwarya Mishra

Inspirational Children

ଜନ୍ମଭୂମି

ଜନ୍ମଭୂମି

1 min
166



ଜନନୀ ମୋ ଜନ୍ମଭୂମି

ସ୍ବର୍ଗ ଠାରୁ ବଡ଼ 

କୋଳରେ ତୋ'ର ହସି ଖେଳି

ହୋଇଛି ମୁଁ ବଡ଼ ।


ତାହାରି ମାଟି, ପାଣି ପବନେ

ଗଢା ମୋ ଶରୀର

ସ୍ବର୍ଗାଦପି ଗରୀୟସୀ

ମାତୃଭୂମି ମୋର ।


ପୁଣ୍ୟମୟୀ ସ୍ନେହମୟୀ

ପ୍ରେମମୟୀ ଭୂମି

ଲଭି ଜନମ କୋଳରେ ତୁମ 

ହୋଇଛି ଧନ୍ୟ ମୁହିଁ ।


ତଟିନୀ- ଝର, କାନନ-କୁଞ୍ଜ 

ଶ୍ୟାମଳ ଶୋଭା ବହି

ସାଗର ତଟେ ତରଙ୍ଗ ମାଳା

ମନକୁ ନିଏ ମୋହି ।


କଳା ସାହିତ୍ୟ, ଯଶ କୀରତି

ଅଟଇ ମନୋରମ 

ପ୍ରକୃତି ରାଣୀ ତୁମ ଶରୀରେ

ଭରିଅଛି ଲାବଣ୍ୟ  ।


ଗାଉଛି ଆଜି ତୋ ପୁଣ୍ୟଗାଥା

ସଦୟ ହୁଅ ବାରେ 

ଜନ୍ମଭୂମି ତୋ' ଯଶ ଧ୍ବଜା 

ଉଡୁଥାଉ ଏ ମହୀରେ ।


Rate this content
Log in

Similar oriya poem from Inspirational