ଫୁଲ
ଫୁଲ
ଛୋଟ ଏକ ବଗିଚାର
ନାନା ଜାତି ଫୁଲ,
ଫୁଲର ସମ୍ଭାର ସେଠି
ଅମୂଲ ତା ମୂଲ I
ସ୍ରଷ୍ଟାଙ୍କ ସୃଷ୍ଟିରେ ଶ୍ରେଷ୍ଠ
ରୂପ ତା ଅନେକ,
ନାନାରଙ୍ଗେ ରଙ୍ଗିନ୍ ସେ
ସୁନ୍ଦର ତା ମହକ I
କି ସୁନ୍ଦର ରଙ୍ଗ ତାର
ସୃଷ୍ଟି ସ୍ରଷ୍ଟାଙ୍କ ରରଙ୍ଗ ସଙ୍ଗେ ଗୁଣବତ୍ତା
ସଦା ମହତ୍ତ୍ଵର l
ବସନ୍ତର ଆଗମନ
ଆମ୍ବ ବଉଳର,
ସୁବାସ ଚହଟୁ ଥାଏ
ସାରା ଭୁବନର I
ଜଳାଶୟେ ପ୍ରସ୍ଫୁଟିତ
ପଦ୍ମ ଆଉ କଇଁ,
ନୈସର୍ଗିକ ପ୍ରେମ ତାଙ୍କ
ସୂର୍ଯ୍ୟ ଚନ୍ଦ୍ର ଜହିଁ I
ସୂର୍ଯ୍ୟଙ୍କର ଆଗମନେ
ପଦ୍ମ ପ୍ରସ୍ଫୁଟିତ,
ଚନ୍ଦ୍ର କିରଣରେ କଇଁ
ହୁଏ ଆମୋଦିତ I
ବନସ୍ତରେ ଫୁଟେ ଫୁଲ
ପ୍ରକୃତି କୋଳରେ,
ବlସ ତା ଚହଟୁ ଥାଏ
ସାରା ମୁଲକରେ I
ବନସ୍ତରେ ଫୁଟି ପୁଣି
ମଉଳେ ବନସ୍ତେ ,
ବାସ ମନ ମତାଣିଆ
ଜାଣନ୍ତି ସମସ୍ତେ I
କି ବିଚିତ୍ର ଦରବ ସେ
ଦୁଃଖେ ସୁଖେ ଲୋଡ଼ା,
ସମସ୍ତଙ୍କ ହୃଦ ଜିଣେ
ହୁଏନି ଅଲୋଡା l
କ୍ଷଣିକ ଜୀବନ ତାର
କ୍ଷଣିକେ ବିଲୟ,
ଦେବତା ମଣିଷ କୀଟ
ପତଙ୍ଗଙ୍କ ପ୍ରିୟ I
ମଧୁର ଅମୃତ ଭରା
ପୂର୍ଣ୍ଣ ତା ଶରୀର,
ମଧୁମକ୍ଷୀ ଅlଶ୍ଵlଦଇ
କରେ ସଂରକ୍ଷଣ I
ଦେବତାଙ୍କ ପୂଜା ପାଇଁ
ଆଗେ ଲୋଡ଼ା ହୁଏ,
ମଣିଷଙ୍କ ଶୁଭ କାର୍ଯ୍ୟରେ
ନିଶ୍ଚେ ଖୋଜା ଯାଏ I
ଜନ୍ମରୁ ମୃତ୍ୟୁ କ୍ଷଣ
ସାଥୀ ସେ ସର୍ବଦା,
ସଭା ସମିତିରେ ପୁଣି
ପାଟୁଆରେ ଦେଖା I
ସକଳ କାମରେ ଲାଗେ
